ଦେଶ- ବିଦେଶ

ଚାଷୀ ପିତା ଚାଉଳ ବିକ୍ରି କରି ଝିଅକୁ ପଢାଇଲେ, IAS ହେବା ପଛର କାହାଣୀ ଜାଣିଲେ ଆଖିରେ ଲୁହ ଆସିଯିବ

ଆଜି ଆମେ ଆପଣଙ୍କୁ ଏକ ଚାଷୀ ଝିଅର କାହାଣୀ କହିବୁ କି କେଉଁଭଳି ଭାବରେ ସେ ନର୍ସରୁ IAS ଅଫିସର ହେଲେ । କହିବାକୁ ଗଲେ IAS ଅଫିସର ଏନୀସ କନମନୀ ଜୟଙ୍କ ଜନ୍ମ କେରଳର ପିରୱୋମ ଜିଲ୍ଲାର ଏକ ଛୋଟ ଗ୍ରାମ ପଂପାକୁଡ଼ାରେ ହୋଇଛି । ତାଙ୍କର ପିତା ପଂପାକୁଡ଼ା ଗ୍ରାମରେ ହିଁ ଧାନ ଚାଷ କରନ୍ତି । ଶ୍ରମିକ ଅଭାବରୁ ତାଙ୍କର ମା ବି ତାଙ୍କ ପିତାଙ୍କ ସାଥ ଦିଅନ୍ତି । ଏନୀସ କନମନୀ ଜୟ ୧୦ ମ ଶିକ୍ଷା ପିରୱୋମ ଜିଲ୍ଲାର ଏକ ସ୍କୁଲରେ ପୁରା କରିଲେ ଓ ହାଇ ସ୍କୁଲର ଶିକ୍ଷା ପାଇଁ ସେ ଏର୍ନାକୁଲମ ଗଲେ ।

 

ଏନୀସ କନମନୀ ଜୟଙ୍କୁ ତାଙ୍କର ପିତା ଡାକ୍ତର କରିବା ପାଇଁ ଚାହୁଁ ଥିଲେ । କିନ୍ତୁ ଖରାପ ପରିସ୍ଥିତି କାରଣରୁ ଏନୀସ କନମନୀ ଜୟଙ୍କୁ MBBS କଲେଜରେ ଦାଖିଲ ମିଳିଲା ନାହିଁ । ଅନ୍ୟ ପଟେ ଏନୀସ କନମନୀ ଜୟ କିଛି ବଡ କରିବାକୁ ଚାହୁଁଥିଲେ । ତାଙ୍କୁ ସମାଜରେ ନର୍ସ ରୂପରେ ସେହି ସମ୍ମାନ ମିଳିଲା ନାହିଁ ଯାହା ସେ ଇଚ୍ଛା କରୁଥିଲେ । ବହୁତ କଷ୍ଟରେ ଏନୀସ କନମନୀ ଜୟଙ୍କୁ ସଠିକ ମାର୍ଗଦର୍ଶନ ମିଳିଲା ।

ରେଳ ଯାତ୍ରା ସମୟରେ ତାଙ୍କୁ UPSC ପରୀକ୍ଷାର ପ୍ରସ୍ତୁତି କେଉଁଭଳି ଭାବରେ କରାଯାଏ ତାହା ବିଷୟରେ ଜଣା ପଡିଲା । କିନ୍ତୁ ସମସ୍ୟା ଥିଲା ତାଙ୍କର ଗରିବ ପିତା କୋଚିଙ୍ଗର ଲକ୍ଷ ଲକ୍ଷ ଟଙ୍କା ଫିସ ଦେଇ ପାରିବେ ନାହିଁ । ଏମିତିରେ ଏନୀସ କନମନୀ ଜୟ ଖବର କାଗଜ ପଢି ପ୍ରସ୍ତୁତି କରିବା ପାଇଁ ଚିନ୍ତା କରିଲେ ଓ ନର୍ସରୁ ଅଫିସର ହେବା ପାଇଁ ନିଜର ଯାତ୍ରା ଆରମ୍ଭ କରିଲେ ।

ଏନୀସ କନମନୀ ଜୟ ପିଲାଦିନୁ ହିଁ ଡାକ୍ତର ହେବାକୁ ଚାହୁଁ ଥିଲେ । ସେଥିପାଇଁ ସେ + ୨ରେ ବହୁତ ପରିଶ୍ରମ ବି କରିଥିଲେ । କିନ୍ତୁ ମେଡିକାଲ ପ୍ରବେଶ ପରୀକ୍ଷାରେ ଖରାପ ପୋଜିସନ ଆସିବା କାରଣରୁ ତାଙ୍କୁ MBBSରେ ଦାଖିଲ ମିଳିଲା ନାହିଁ । ସେଥିପାଇଁ ସେ ତ୍ରିୱେଂଦ୍ରମ ଗଭରମେଂଟ ମେଡିକଲ କଲେଜରେ ନର୍ସିଂଗରେ BSC ପଢିଲେ । ଏନୀସ କନମନୀ ଜୟ କହିଲେ କି ଡାକ୍ତର ନ ହେବା କାରଣରୁ ସେ ବହୁତ ନିରାଶ ଥିଲେ କିନ୍ତୁ ବାସ୍ତବିକତାକୁ ସ୍ଵୀକାର ଓ ମନ ଲଗାଇ ନର୍ସିଙ୍ଗ ପଢା ପୁରା କରିଲେ ।

 

ଏହା ପରେ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ମହିଳାଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେହି ମହିଳା ଜଣକ ଏନୀସ କନମନୀ ଜୟଙ୍କୁ UPSC ପରୀକ୍ଷା ବିଷୟରେ କହିଲେ ଓ ଏହା ବି କହିଲେ କି ଆପଣ କୌଣସି ବି ଗ୍ରେଜୁଏଶନ ଡିଗ୍ରୀ ସହ UPSC ପରୀକ୍ଷା ଦେଇ ପାରିବେ । ଏହା ପରେ ଏନୀସ କନମନୀ ଜୟ UPSC ସିବିଲ ସେବାର ପ୍ରସ୍ତୁତି ପାଇଁ ନିଷ୍ପତି ନେଲେ ।

 

୨୦୧୦ରେ UPSC ସିବିଲ ସେବାରେ ନିଜର ପ୍ରଥମ ପରୀକ୍ଷାରେ ସେ ୫୮୦ ପୋଜିସନ ହାସଲ କରିଲେ । କିନ୍ତୁ ତାଙ୍କର IAS ହେବାର ଲକ୍ଷ ଅଧା ରହିଗଲା ଓ ସେ ପୁଣି ଥରେ ନିଜର ଲକ୍ଷ ପାଇବା ପାଇଁ ପରିଶ୍ରମ କରି UPSC ସିବିଲ ସେବା ୨୦୧୧ର ପରୀକ୍ଷାରେ ୬୫ତମ ପୋଜିସନ ହାସଲ କରିଲେ ଓ IAS ହୋଇଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button