ଦେଶ- ବିଦେଶ

ଏହି କାରଣରୁ ବୁଡିଗଲା ଅନିଲ ଅମ୍ବାନୀଙ୍କର ପୁରା ସାମ୍ରାଜ୍ୟ, ଯିଏ କି ଦିନେ ଥିଲେ ଦୁନିଆର ଷଷ୍ଠ ସବୁଠୁ ଧନୀ ବ୍ୟକ୍ତି

ଉଦ୍ୟୋଗପତି ଅନିଲ ଅମ୍ବାନୀ ବିଜନେସ ଦୁନିଆରେ ଏକ ପ୍ରସିଦ୍ଧ ଚେହେରା ଅଟେ । ସେ ବର୍ଷ ୨୦୦୮ରେ ଦୁନିଆର ଷଷ୍ଠ ତମ ସବୁଠୁ ଧନୀ ବ୍ୟକ୍ତି ଥିଲେ ଏବଂ ସେହି ସମୟରେ ତାଙ୍କର ସମ୍ପତି ୪୨ ଅରବ ଡଲାର ର ଥିଲା । କିନ୍ତୁ ବର୍ତ୍ତମାନ ୨୦୧୯ରେ ତାଙ୍କର ପ୍ରାୟତଃ କମ୍ପାନୀ କରଜରେ ବୁଡି ଯାଇଛି । ତାଙ୍କ କମ୍ପାନୀର କରଜର ମୂଲ୍ୟ ୨୦୧୮ରେ ୧.୭୨ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

ଏହି କାରଣରୁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡିଥାନ୍ତା । କିନ୍ତୁ ଶେଷ ମୁହୂର୍ତରେ ତାଙ୍କର ବଡ ଭାଇ ତାଙ୍କୁ ସାହାର୍ଯ୍ୟ କରି ତାଙ୍କୁ ବଞ୍ଚାଇ ଦେଲେ । କହିବାକୁ ଗଲେ ଅନିଲଙ୍କର କମ୍ପାନୀ ରିଲିୟାନ୍ସ କମ୍ୟୁନିକେସନ ତରଫରୁ ସ୍ଵିଡନର ଏକ କମ୍ପାନୀ ଏରିକ୍ସନ ଠାରୁ କରଜ ନିଆ ଯାଇଥିଲା । ଏହା ପରେ ଅନିଲ ଅମ୍ବାନୀଙ୍କୁ କୋର୍ଟ ୨୦ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଏହି କରଜକୁ ଫେରାଇବା ପାଇଁ ସମୟ ଦେଇଥିଲେ କିନ୍ତୁ ଅନିଲ ଅମ୍ବାନୀ ଏହି ସମୟ ଭିତରେ ଫେରାଇ ପାରିଲେ ନାହିଁ ।

ସେଥିପାଇଁ ତାଙ୍କୁ ତିନି ମାସର ଜେଲ ମଧ୍ୟ ଯିବାକୁ ପଡିଥାନ୍ତା । କିନ୍ତୁ ଠିକ ସମୟରେ ତାଙ୍କର ବଡ ଭାଇ ମୁକେଶ ଅମ୍ବାନୀ ସ୍ୱୀଡନର ଏରିକ୍ସନ କମ୍ପାନୀକୁ ପାଖାପାଖି ୫୫୦ କୋଟି ଟଙ୍କା ସୁଝିଦେଇ ନିଜ ଭାଇଙ୍କୁ ଜେଲ ଯିବାରୁ ବଞ୍ଚାଇ ଥିଲେ ।

ଧୀରୁଭାଇ ଅମ୍ବାନୀଙ୍କର ମୁର୍ତ୍ୟୁ ପରେ ବଦଳି ଗଲା ଭାଗ୍ୟ

ଧିରୁଭାଇ ଅମ୍ବାନୀଙ୍କର ମୁର୍ତ୍ୟୁ ପୂର୍ବରୁ ଦୁଇ ଭାଇ ମିଶି ପିତାଙ୍କର ବ୍ୟାପାରକୁ ସମ୍ଭାଳୁ ଥିଲେ । କିନ୍ତୁ ୨୦୦୨ରେ ଧିରୁଭାଇ ଅମ୍ବାନୀଙ୍କର ମୁର୍ତ୍ୟୁ ପରେ ଦୁଇ ଭାଇ ମଧ୍ୟରେ ଉତ୍ତେଜନା ଆରମ୍ଭ ହେଲା ଏବଂ ସେମାନେ ପରସ୍ପର ମଧ୍ୟରେ ପିତାଙ୍କର ବିଜନେସକୁ ବାଣ୍ଟିନେଲେ । ଏହା ପରେ ଅନିଲ ଅମ୍ବାନୀଙ୍କ ଭାଗରେ ପିତାଙ୍କର ଟେଲିକମ, ଊର୍ଜା, ଇନଫ୍ରାଷ୍ଟ୍ରକ୍ଚର ଏବଂ ବିତ୍ତ ବ୍ୟାପାର ଆସିଲା ।

ଏବଂ ତାଙ୍କର ବଡ ଭାଇଙ୍କ ଭାଗରେ ପେଟ୍ରୋକେମିକଲ, ଟେକ୍ସଟାଇଲ, ରିଫାଇନରୀ ଏବଂ ତେଲ ସମ୍ବନ୍ଧିତ ବ୍ୟାପାର ଆସିଲା । ଏହା ପରେ ଧୀରେ ଧୀରେ ସେମାନେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ରୂପରେ ଗଣତି ହେଲେ । କିନ୍ତୁ ଅନିଲ ଅମ୍ବାନୀଙ୍କର ବ୍ୟାପାର ପୁଣି ଧୀରେ ଧୀରେ ତଳକୁ ଖସିବାକୁ ଲାଗିଲା ।

ଏହିଭଳି ଭାବରେ ବୁଡି ଗଲା ଅନିଲ ଅମ୍ବାନୀଙ୍କର ପୁରା ସାମ୍ରାଜ୍ୟ

Institutional Investor Advisory Services (IIAS) ଫାଉଣ୍ଡର ଏବଂ ମ୍ୟାନେଜିଙ୍ଗ ଡାୟରେକ୍ଟର ଅମିତ ଡ଼ଣ୍ଟନଙ୍କ ଅନୁସାରେ ଅନିଲ ଏକା ସହିତ ବିଭିନ୍ନ ବିଜନେସ କରୁଥିଲେ ଯେଉଁଥିରେ ସେ ବହୁତ କମ ଅନୁଭବି ଥିଲେ । ତାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ବିଜନେସରେ ଅନୁମାନ ଠାରୁ ବି ଅଧିକ ଟଙ୍କା ଲାଗିଥିଲା ଏବଂ ତାଙ୍କୁ କୌଣସି ଭଲ ରିଟର୍ନ ବି ମିଳି ପାରିଲା ନାହିଁ । ଯେଉଁ କାରଣରୁ ସେ ଆହୁରି କରଜରେ ବୁଡି ଚାଲିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button