ରାଜ୍ୟ

କାଠ କିଣିବା କୁ ଆସି ମୃତ୍ୟୁ ମୁଖରେ ପଡିଲେ ବ୍ୟବସାଇ ସୁଙ୍କି ଘାଟିରୁ ମିଳିଲା ମୃତଦେହ

ପଟ୍ଟାଙ୍ଗି୧୫/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ଅଞ୍ଚଳକୁ ଜୟପୁର ଅଞ୍ଚଳର ଜଣେ କାଠ ବ୍ୟବସାଇ କାଠ କିଣିବା କୁ ଆଶି ନିଖୋଜ ହୋଇ ମୃତ୍ୟୁ ମୁଖରେ ପଡିବା ସହ ଶେଷରେ ସୁଙ୍କି ଘାଟିରୁ ମିଳିଥିବା ମୃତଦେହ କୁ ନେଇ ଚାଞ୍ଜଲ୍ୟ ସୃଷ୍ଟି କରିଛି । ଏହିପରି ଘଟଣା ଗୁରୁବାର ସୁଙ୍କି ଘାଟରେ ଦେଖିବା କୁ ମିଳିଥିବା ବେଳେ ପରିବାର ସଦସ୍ୟ ପାଇଁ ଆଣି ଦେଇଛି ଦୁଃଖର ପରିବେଶ ।

ସୂଚନା ମୁତାବକ ଜୟପୁର ଅଞ୍ଚଳର କାଠ ବ୍ୟବସାଇ ରାଧାକୃଷ୍ଣ ମହାପାତ୍ର ଗତ ରବିବାର ଘରୁ ବାହାରି ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ଅଞ୍ଚଳକୁ କାଠ କିଣିବା କୁ ଆଶି ଆଉ ଫେରି ନଥିଲେ ଘରକୁ । ଯାହାକୁ ନେଇ ପରିବାର ଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା । ଶେଷରେ ପରିବାର ସଦସ୍ୟ ନିରୁପାୟ ହୋଇ ଜୟପୁର ପୋଲିସ ନିକଟରେ ନିଖୋଜ କୁ ନେଇ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଦେଓପଟ୍ଟାଙ୍ଗି ଅଞ୍ଚଳ ଟି ପଟ୍ଟାଙ୍ଗି ଥାନା ଅଧିନରେ ଯାଉଥିବା ବେଳେ ପରିବାର ସଦସ୍ୟ ଉକ୍ତ ଥାନାର ଦ୍ୱାରସ୍ଥ ହୋଇ ସହାୟତା ମାଗିଥିବା ବେଳେ ଜୟପୁର ଓ ପଟ୍ଟାଙ୍ଗି ପୋଲିସ ମିଳିତ ସହଯୋଗରେ ନିଖୋଜ କାଠ ବ୍ୟବସାଇ ଙ୍କୁ ଠାବ କରିବା ରେ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ କୈଣସି ସୁରାକ୍ ପାଇନଥିଲା ।

ଚାହାକୁ ନେଇ ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ୍ ସୃଷ୍ଟି କରିଥିବା ବେଳେ ୦୪ ଦିନପରେ ମହାପାତ୍ର ଙ୍କୁ ଜୀବିତ ଉଧାର କରିବା ରେ ବିଫଳ ହୋଇ ଗୁରୁବାର ମୃତଦେହ ଉଧାର କରିବାରେ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ଜୟପୁର ଓ ପଟ୍ଟାଙ୍ଗି ପୋଲିସ ମିଳିତ ସହଯୋଗରେ ୦୪ ଜଣଙ୍କୁ ଉଠାଇ ଅଟକ ରଖି ପଚରାଉଚରା ଜାରି ରଖିଛି ।ସେପଟେ ସୁନାବେଡା ଏସଡିପିଓ ମନୋବ୍ରତା ସତପଥି ଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ ର କର୍ମକର୍ତ୍ତା ଙ୍କ ସହଯୋଗ ରେ କାଠ ବ୍ୟବସାଇ ମହାପାତ୍ର ଙ୍କ ମୃତଦେହ ଉଧାର କରା ଯାଇଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ମୃତ କାଠ ବ୍ୟବସାଇ ମହାପାତ୍ର ଅନେକ ଦିନ ହେଲା କିଛି ଟଙ୍କା ବାକି ରଖିଥିଲେ । ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ଯାହା ଶେଷରେ ହତ୍ୟାକାଣ୍ଡ ପରି ପଦକ୍ଷେପ ଗ୍ରହଣ କରି ନିଜ ରାଗ ସୁଜାଇ ଥିବା ଜଣାପଡ଼ିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button