ରାଜ୍ୟ

Crime Branch IG Shefin Ahmed ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ। କିଛି ସମୟ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ବେଳେ କେରଳରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କେରଳର ମୂଳ ବାସିନ୍ଦା ଶେଫିନ୍ ଅହମ୍ମଦ ଇଣ୍ଟର-କ୍ୟାଡର ଡେପୁଟେସନରେ କେରଳରେ ମଧ୍ୟ ଦୀର୍ଘ ସମୟ କାର୍ଯ୍ୟ କରିଥିଲେ। ସେଠାରେ ତିରୁବନନ୍ତପୁରମ ରୁରାଲ୍ SP ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଓଡ଼ିଶାରେ HRPC, Fire Services & Home Guards ଓ CID-Crime Branch ସମେତ ବିଭିନ୍ନ ବିଭାଗରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଧିକାରୀ ଭାବେ ତାଙ୍କର ପରିଚୟ ରହିଥିଲା। ବିଶେଷକରି ସାଇବର ଅପରାଧ ଓ ଅପରାଧ ତଦନ୍ତ କ୍ଷେତ୍ରରେ ସେ ସକ୍ରିୟ ଥିଲେ। ଶେଫିନ୍ ଅହମ୍ମଦଙ୍କ ଅକାଳ ବିୟୋଗରେ ଓଡ଼ିଶା ପୋଲିସରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button