ରାଜ୍ୟ

crocodile: ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର, ଲୋକେ ଭୟଭୀତ

ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର । ମାଲଦା ଓ ଆଖପାଖ ଅଞ୍ଚଳବାସୀ ଭୟଭୀତ। ଜୟପୁର ସଦର ବ୍ଲକ ଜୟନ୍ତୀଗିରି ପଞ୍ଚାୟତ ମାଲଦା ଗାଁ ନିକଟସ୍ଥ ବଡ଼ପଡ଼ା ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦା‘ର ଜଣେ ଚାଷୀ ବିଲକୁ କୀଟନାଶକ ସ୍ପ୍ରେ କରିବାକୁ ଯାଉଥିବା ବେଳେ ନଦୀର ଏକ ଉଚ୍ଚ ସ୍ଥାନରେ ପ୍ରାୟ ୧୦ ଫୁଟ ଲମ୍ବର ଏକ କୁମ୍ଭୀର ଶୋଇଥିବା ଦେଖିଥିଲେ। ମୋବାଇଲରେ ଏହାର ଫଟୋ ଉଠାଇ ଗାଁଲୋକଙ୍କୁ ଏନେଇ ଖବର ଦେଇଥିଲେ।  ଗାଁ ଲୋକେ ନଦୀ ପଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ପାଣି ଭିତରକୁ ଚାଲିଯାଇଥିଲା। ବର୍ଷା ଯୋଗୁଁ ନଦୀରେ ପ୍ରବଳ ପାଣି ଥିବାରୁ କୁମ୍ଭୀରଟିକୁ ଆଉ ଠାବ କରାଯାଇ ପାରିନାହିଁ ।

ଏବେ ଖରିଫ ଋତୁ ପାଇଁ ଚାଷୀମାନେ ଜମିକୁ ଯାଉଥିବା ବେଳେ ଗୃହପାଳିତ ପଶୁମାନେ ମଧ୍ୟ ନଦୀ ଉପରେ ନିର୍ଭର କରନ୍ତି । କୁମ୍ଭୀର ଆକ୍ରମଣ ଭୟରେ ଲୋକେ ନଦୀକୂଳକୁ ଯିବାକୁ ଡରୁଛନ୍ତି । ତୁରନ୍ତ ବନ ବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ବନ ବିଭାଗ ତରଫରୁ କୌଣସି ସ୍ପଷ୍ଟି କରଣ ମିଳିନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button