ଦେଶ- ବିଦେଶ

ଟ୍ରାଫିକ ଜାମ କରି ମୁକେଶ ଅମ୍ବାନୀ ନିତାଙ୍କୁ ପଚାରିଥିଲେ “କ୍ୟା ତୁମ ମୁଝସେ ଶାଦୀ କରୋଗୀ”, ତ ମିଳିଥିଲା ଏହି ଜବାବ

ଭାରତର ସବୁଠୁ ଧନୀ ଉଦ୍ୟଗପତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚାରେ ଥାଆନ୍ତି । କେତେବେଳେ ନିଜର ପ୍ରଫେଶନଲ ଲାଇଫ କୁ ନେଇ ତ କେତେବେଳେ ନିଜର ପର୍ସନଲ ଲାଇଫକୁ ନେଇ । ମୁକେଶ ଅମ୍ବାନୀ ବର୍ତ୍ତମାନ ନିଜର ଝିଅ ଈଶା ଅମ୍ବାନୀଙ୍କର ବାହାଘରକୁ ନେଇ ଚର୍ଚାରେ ଅଛନ୍ତି । ଚାରିଆଡେ ବର୍ତ୍ତମାନ କେବଳ ଈଶା ଅମ୍ବାନୀଙ୍କର ବାହାଘରର ଚର୍ଚା ଚାଲିଛି । କିନ୍ତୁ ଏଠି ଆପଣଙ୍କୁ ମୁକେଶ ଅମ୍ବାନୀଙ୍କର ଲଭ ଷ୍ଟୋରିର କିଛି ଅଜଣା କଥା କହିବାକୁ ଯାଉଛୁ ।

ମୁକେଶ ଅମ୍ବାନୀଙ୍କର ପିତାଙ୍କୁ ପ୍ରଥମ ନଜରରେ ପସନ୍ଦ ଆସି ଯାଇଥିଲେ ନିତା :

ସେହି ଦିନରେ ନିତାଙ୍କର ବାପା ବିରଲା ଗ୍ରୁପରେ କାମ କରୁଥିଲେ ଏବଂ ସେହି ସମୟରେ ବିରଲା ନିବାସରେ ଏକ କାର୍ଯ୍ୟକ୍ରମ ରଖା ଯାଇଥିଲା, ଯେଉଁଠି ୨୦ ବର୍ଷର ନିତା ଭାରତନାଟ୍ୟମ କରୁଥିଲେ । ସେଠିଥିବା ମୁକେଶଙ୍କର ପିତା ପୂରାପୂରି ନିତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଯାଇଥିଲେ । ନିତାଙ୍କର ଡାନ୍ସ ଦେଖି ମୁକେଶଙ୍କର ପିତା ଧୀରୁଭାଇ ମନରେ ମନରେ ହିଁ ଭାବି ନେଇଥିଲେ କି ଏହି ଝିଅ କେବଳ ସୁନ୍ଦର ନୁହେଁ, ଭାରତୀୟ ସଂସ୍କୃତିରେ ମଧ୍ୟ ଭରପୁର ଅଛି । ପ୍ରୋଗ୍ରାମ ପରେ ମୁକେଶଙ୍କ ପିତା ନିତାଙ୍କର ନମ୍ବର ନେଲେ ଏବଂ ଘରକୁ ଯାଇ ତାଙ୍କୁ ଫୋନ କଲେ, କିନ୍ତୁ ନିତାଙ୍କୁ ଏହା ସବୁ ଥଟ୍ଟା ଲାଗିଲା ।

ମୁକେଶଙ୍କ ପିତାଙ୍କୁ କହିଲେ ନିତା କି ‘ମୁଁ ଏଲିଜାବେଥ ଟେଲର ଅଟେ’ :

ଯେତେବେଳ ନିତା ମୁକେଶଙ୍କର ପିତା ଧୀରୁଭାଇଙ୍କର ଫୋନ ପ୍ରଥମ ଥର କାଟିଦେଲେ ତାହା ପରେ ସେ ପୁଣି ଥରେ ଫୋନ କରିଲେ ଏବଂ କହିଲେ କି ମୁଁ ଧୀରୁଭାଇ କହୁଥିଲି । ନିତା ରାଗି ଯାଇ କହିଲେ କି ଯଦି ଆପଣ ଧୀରୁଭାଇ କହୁଛନ୍ତି ତେବେ ମୁଁ ଏଲିଜାବେଥ ଟେଲର କହୁଛି । ଏହା ପରେ ସେ ପୁଣି ଥରେ ଫୋନ କାଟି ଦେଲେ କିନ୍ତୁ ଧୀରୁଭାଇ ଯେତେବେଳେ ତୃତୀୟ ଥର ଫୋନ କରିଲେ ତାହା ପରେ ନିତାଙ୍କ ପିତା ଫୋନ ଉଠାଇଲେ ଏବଂ ସେ ତାଙ୍କର ଶବ୍ଦକୁ ଚିହ୍ନି ପାରିଲେ ଏବଂ ଧୀରୁଭାଇ ତାଙ୍କର ପରିବାରଙ୍କୁ ଘରକୁ ଡାକିଲେ ଏବଂ ବାହାଘରର କଥା ଚାଲିଲା ।

ଟ୍ରାଫିକ ଅଟକାଇ ମୁକେଶ ଅମ୍ବାନୀ କରିଲେ ପ୍ରୋପଜ :

ମୁକେଶ ଅମ୍ବାନୀଙ୍କର ଏହି କଥା ପ୍ରାୟତଃ ଫିଲ୍ମ ଭଳି ଲାଗିବ କିନ୍ତୁ ଏହା ସତ ଅଟେ । ଥରେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀ ଏକା ସହିତ ଥରେ କାରରେ ଯାଉଥିଲେ । ଏହି ସମୟରେ ଟ୍ରାଫିକରେ ରେଡ ଲାଇଟ ହୋଇଗଲା ସେହି ସମୟରେ ମୁକେଶ କାରରୁ ବାହାରି ନିତାଙ୍କୁ ପ୍ରୋପଜ କଲେ । ଏତିକି ନୁହେଁ ଯେତେବେଳେ ଗ୍ରୀନ ଲାଇଟ ହେଲା ନିତା ତାଙ୍କୁ ଯିବା ପାଇଁ କହିଲେ କିନ୍ତୁ ସେ କହିଲେ କି ଯେତେବେଳେ ପର୍ଯ୍ଯନ୍ତ ତୁମେ ହଁ ନ କହିଛ ସେତେ ପର୍ଯ୍ଯନ୍ତ ମୁଁ ଏଠୁ ଯିବି ନାହିଁ । ଏହା ପରେ ନିତା କହିଲେ ହଁ , ମୁଁ ତୁମକୁ ବାହା ହେବି । କିଛି ଏପରି ଥିଲା ମୁକେଶ ଓ ନିତା ଆମ୍ବାନୀଙ୍କର ଲଭ ଷ୍ଟୋରି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button