ଜ୍ୟୋତିଷ

ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଦେଇଥିଲେ ଅଭିଶାପ, ଯାହା ପରେ ସେ ହୋଇ ଯାଇଥିଲେ ଚାକରାଣୀ, ହେଲେ କଣ ଥିଲା କାରଣ ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଯୋଡି ସବୁଠୁ ପବିତ୍ର ବୋଲି କୁହାଯାଏ । ଭଗବାନ ବିଷ୍ଣୁ ଜଗତର ପାଳନ କରନ୍ତି ଏବଂ ମାତା ଲକ୍ଷ୍ମୀ ସୁଖ ସମୃଦ୍ଧି ଦିଅନ୍ତି । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ସର୍ବଦା ଏକା ସାଙ୍ଗରେ ଦେଖାଯାଏ, କିନ୍ତୁ ଥରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ପୃଥିବୀରେ ଛାଡି ବୈକୁଣ୍ଠ ଫେରି ଆସିଥିଲେ ଏବଂ ସେ ମାତା ଲକ୍ଷ୍ମୀଙ୍କୁ ଏକ ମାଳୀ ଘରେ ଚାକରାଣୀ ହୋଇ ରହିବା ପାଇଁ ଅଭିଶାପ ଦେଇଥିଲେ ।

ଏକ ପୌରଣିକ କଥା ଅନୁସାରେ ଥରେ ଭଗବାନ ବିଷ୍ଣୁ ପୃଥିବୀକୁ ଯିବା ପାଇଁ ବିଚାର କଲେ, କିନ୍ତୁ ଯେତେବେଳେ ସେ ପୃଥିବୀକୁ ଆସିବା ପାଇଁ ବାହାରିଲେ ସେତେବେଳେ ମାତା ଲକ୍ଷ୍ମୀ ତାଙ୍କ ସହିତ ଯିବା ପାଇଁ ଜିଦି କଲେ, ଓ କହିଲେ ମତେ ବି ପୃଥିବୀ ବୁଲିବାର ଅଛି । ମାତା ଲକ୍ଷ୍ମୀ ବହୁତ କହିବା ପରେ ଭଗବାନ ବିଷ୍ଣୁ ତାଙ୍କୁ ନିଜ ସହିତ ନେବା ପାଇଁ ରାଜି ହୋଇଗଲେ । କିନ୍ତୁ ତାଙ୍କର ଏକ ସର୍ତ ଥିଲା କି ସେ ପୃଥିବୀରେ ଯାଇ ଉତ୍ତର ଦିଶା ଆଡକୁ ଦେଖିବେ ନାହିଁ ଏବଂ ଯିବେ ନାହିଁ । ମାତା ଲକ୍ଷ୍ମୀ ସଙ୍ଗେ ସଙ୍ଗେ ସେହି ସର୍ତକୁ ମାନିନେଲେ ଏବଂ ଭଗବାନ ବିଷ୍ଣୁଙ୍କ ସହ ପୃଥିବୀକୁ ଚାଲି ଆସିଲେ ।

ଯେତେବେଳେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପୃଥିବୀ କୁ ଆସିଲେ ସୂର୍ଯ୍ୟଦେବ ଉଦୟ ହେଉଥିଲେ ଏବଂ ଏହାର ଗୋଟିଏ ରାତି ପୂର୍ବରୁ ବର୍ଷା ହୋଇଥିଲା ଯେଉଁ କାରଣରୁ ଚାରିଆଡେ ସବୁଜ ହିଁ ସବୁଜ ଦେଖା ଯାଉଥିଲା । ପୃଥିବୀ ଆହୁରି ସୁନ୍ଦର ଦେଖାଯାଉଥିଲା । ପୃଥିବୀ ର ଏହି ସୁନ୍ଦରତା କୁ ଦେଖି ମାତା ଲକ୍ଷ୍ମୀ ମନ୍ତ୍ର ମୁଗ୍ଧ ହୋଇ ବିଷ୍ଣୁଙ୍କୁ ଦେଇଥିବା ବଚନ ବିଷୟରେ ଭୁଲିଗଲେ ।

ଏବଂ ମାତା ଲକ୍ଷ୍ମୀ ଉତ୍ତର ଦିଗ ରେ ଥିବା ଏକ ବଗିଚା ଆଡକୁ ଚାଲିଗଲେ । ସେଠି ମାତା ଲକ୍ଷ୍ମୀ ଏକ ଫୁଲ ତୋଳି ପୁଣି ଭଗବାନ ବିଷ୍ଣୁଙ୍କ ପାଖକୁ ଫେରି ଆସିଲେ । ଯେତେବେଲେ ସେ ଫେରି ଆସିଲେ ଦେଖିଲେ କି ଭଗବାନ ବିଷ୍ଣୁଙ୍କ ଆଖିରେ ଲୁହ ଅଛି ।

ଏହା ଦେଖି ମାତା ଲକ୍ଷ୍ମୀ ତାଙ୍କୁ ପଚାରିଲେ କି ଆପଣ ଦୁଖୀ କାହିଁକି ଅଛନ୍ତି ? କାହାକୁ ନ ପଚାରି ତାହର ଜିନିଷକୁ ଧରିବା ଉଚିତ ନୁହେଁ ଏବଂ ସେ ମାତା ଲକ୍ଷ୍ମୀଙ୍କୁ ନିଜର ବଚନକୁ ମନେ ପକାଇଲେ । ମାତା ଲକ୍ଷ୍ମୀ ତାଙ୍କ ଭୁଲ ବିଷୟରେ ଜାଣି ପାରିଲେ ଏବଂ ଭଗବାନ ବିଷ୍ଣୁଙ୍କୁ କ୍ଷମା ମାଗିଲେ । ସେତେବେଳେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଆଭିଶାପ ଦେଲେ କି ତୁମେ ଯେଉଁ ମାଳୀ ର ଜମିରେ ଏହି ଫୁଲ ନ ପଚାରି ତୋଳିଛ, ତୁମେ ସେହି ମାଳିଙ୍କ ଘରେ ଚାକରାଣୀ ହୋଇ ରହିବାକୁ ପଡିବ ଏବଂ ତାହା ପରେ ତୁମେ ବୈକୁଣ୍ଠ ଆସି ପାରିବ ।

 

ଏହା ଶୁଣି ମା ଲକ୍ଷ୍ମୀ ଗୋଟେ ଗରିବ ସ୍ତ୍ରୀ ଲୋକର ରୂପ ନେଇ ସେହି ମାଳୀର ଘରକୁ ଗଲେ ଓ ସେଠାରେ ସେହି ମାଳୀକୁ ନିଜର ଏକ ଦୁଃଖ ଭରା କାହାଣି ଶୁଣାଇଲେ, ଯାହା ଫଳରେ ସେହି ମାଳୀଟିକୁ ତାଙ୍କ ଉପରେ ବହୁତ ଦୟା ଆସିଲା ଓ ସେ ତାଙ୍କୁ ନିଜ ଝିଅ ଭାବି ତାର ଘରେ ରଖିବାକୁ ରାଜି ହେଲା। ମା ଲକ୍ଷ୍ମୀ ତା ଘରେ ବାସ କରିବାରୁ ତାର ବହୁତ ଧନ ବଢିବାକୁ ଲାଗିଲା ଓ ସେ ନିଜ ପାଇଁ ଜମି, ଘର, ବସ୍ତ୍ର ଅଳଙ୍କାର ଆଦି କିଣିବାକୁ ଲାଗିଲା।

ଦିନେ ସେ କାମ ସାରି ଘରକୁ ଆସିବା ପରେ ସେଠାରେ ଏକ ସୁନ୍ଦର ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା ଆପଣ କିଏ? ସେ ଉତ୍ତର ଦେଲେ ମୁଁ ଆପଣଙ୍କର ସେହି ଝିଅ ଅଟେ ଯାହାକୁ ଆପଣ ଏହି କିଛି ଦିନ ହେବ ସାହାରା ଦେଇଛ।

 

ଏହାପରେ ସେହି ମାଳୀ ଜାଣି ପାରିଲା ଯେ ସାକ୍ଷାତ ମା ଲକ୍ଷ୍ମୀ ତାର ଝିଅ ହୋଇ ରହିଥିଲେ। ଏବଂ ସେ ଅଜାଣତରେ ଯଦି କିଛି ଭୁଲ ହୋଇଥାଏ ବୋଲି କହି କ୍ଷମା ମାଗିବାକୁ ଲାଗିଲା। ଏହା ଶୁଣି ମା ଲକ୍ଷ୍ମୀ ହସିଲେ ଓ କହିଲେ ତୁମେ ମତେ ନିଜ ଝିଅ ଭଳି ରଖିଥିଲ ସେଥିପାଇଁ ମୁ ତୁମ ଉପରେ ବହୁତ ପ୍ରସନ୍ନ ଅଟେ। ସେଥିପାଇଁ ମୁ ତୁମକୁ ଆଶୀର୍ବାଦ କରୁଛି ତୁମ ପାଖରେ କେବେ ବି ଖୁସି ଓ ଧନର ଅଭାବ ରହିବ ନହିଁ। ଏହା ପରେ ମା ଲକ୍ଷ୍ମୀ ବିଷ୍ଣୁ ଙ୍କ ପାଖକୁ ଫେରି ଆସିଥିଲେ। ଆପଣଙ୍କୁ ଯଦି ଏହି ପୌରଣିକ କଥାଟି ଭଲ ଲାଗିଥାଏ ତେବେ ଭକ୍ତିରେ ଗୋଟେ ଶେୟାର ନିଶ୍ଚୟ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button