ରାଜ୍ୟ
ଅତି ଅମାନବୀୟ ଘଟଣା, ହାତୀକୁ ଘଉଡାଇବା ପାଇଁ ନିଆଁହୁଳା ମାଡ଼

ପୁଣି ହାତୀକୁ ନିଆଁ ମାଡ଼ । ଅତି ଅମାନବୀୟ ଭାବେ ହାତୀଟିକୁ ମଶାଲ ନିଆଁ ମାଡ଼ କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ଭଳି ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କରଞ୍ଜିଆ ରେଞ୍ଜ ଘାଗରବେଡା ଅଞ୍ଚଳରେ । ହାତିଟି ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପଶି ଯିବାରୁ ତାକୁ ମଶାଲରେ ନିଆଁ ଲଗାଇ ମାଡ଼ ମରା ଯାଉଛି ବୋଲି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ବନବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମଶାଲ ମାଡ଼ କରୁଥିବା ବ୍ୟକ୍ତି ଜଣକ ବନବିଭାଗର କର୍ମଚାରୀ କିମ୍ବା ସାଧାରଣ ଲୋକ ତାହା ଜଣାପଡି ନାହିଁ । ତେବେ ବନ୍ୟପ୍ରାଣୀଙ୍କୁ ଘୋଉଡାଇବା ପାଇଁ ସ୍ୱତନ୍ତ୍ର ଭାବେ ବନବିଭାଗର ତାଲିମପ୍ରାପ୍ତ କର୍ମଚାରୀ ରହିଥିବା ବେଳେ ଏଭଳି ଅମାନୁଷିକ ଭାବେ ହାତୀକୁ ମଶାଲ ନିଆଁ ମାଡ଼ କରୁଥିବା ବ୍ୟକ୍ତିଙ୍କୁ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ବନବିଭାଗ ତୁରନ୍ତ ଗିରଫ କରି ଦଣ୍ଡ ବିଧାନ କରିବା ଆବଶ୍ୟକ ବୋଲି ସାଧାରଣ ରେ ଦାବି ହେଉଛି ।




