ରାଜ୍ୟ

ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା; ଶୀଘ୍ର ତୋରଣ ଖୋଲ, କାଲି ସୁଦ୍ଧା ଭସାଣୀ ସାରିବାକୁ ନିର୍ଦ୍ଦେଶ

ମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୌଣସି ଦୁର୍ଘଟଣା ନଘଟିବ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ଜିଲା ପ୍ରଶାସନକୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ କାଲି ସୁଦ୍ଧା ଭସାଣି ସାରିବାକୁ କୁହାଯାଇଛି।

ଆଜି ସନ୍ଧ୍ୟା ସୁଦ୍ଧା ସବୁ ପୂଜା ମଣ୍ଡପରେ ତୋରଣ ଓ ଅନ୍ୟାନ୍ୟ ସାଜସଜ୍ଜା ଖୋଲିବା ସହ ବୁଧବାର ସୁଦ୍ଧା ମାଙ୍କ ଭସାଣୀ ସାରି ଦେବାକୁ ପୂଜା କମିଟିକୁ ଜିଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button