କାହିଁକି ଶୁଖିଯାଏ ତୁଳସୀ ଗଛ, ଜାଣନ୍ତୁ କଣ ଥାଏ କାରଣ ଓ କିପରି ନେବେ ପଦକ୍ଷେପ

ଘରେ କିଛି ଗଛ ରଖିବା ଦ୍ବାରା ଅନେକ ସକରାତ୍ମକ ପ୍ରଭାବ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କିଛି ଗଛ ରହିବା ଦ୍ବାରା ଅନେକ ଘରୋଇ ସମସ୍ୟା ଦୂର ହୋଇପାରେ । ସେହି ସବୁ ଗଛ ମଧ୍ୟରୁ ତୁଳସୀ ଗଛ ଅନ୍ୟତମ । ତୁଳସୀ ଗଛ ସମସ୍ତଙ୍କ ଦୁଆରେ ଦେଖିବାକୁ ମିଳିଥାଏ । ତୁଳସୀକୁ ପୂଜା କରିବା ଦ୍ବାରା ଅନେକ ବିପଦ ଟଳିଯାଇଥାଏ ବୋଲି ବିଶ୍ବାସ କରାଯାଏ । ଅନେକ ଗଛ ବେଳେ ବେଳେ ଶୁଖିଯାଇଥାଏ । କିନ୍ତୁ ତୁଳସୀ ଗଛ ଶୁଖିଯିବାକୁ ଅଶୁଭର ସଙ୍କେତ ବୋଲି ମାନାଯାଇଥାଏ । ତୁଳସୀକୁ ସବୁବେଳେ ସକରାତ୍ମକତାର ପ୍ରତୀକ ବୋଲି କୁହାଯାଏ । ତେଣୁ ଶିଖିଲା ତୁଳସୀ କ’ଣ ସୂଚାଏ ଏବଂ ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯିବା ଉଚିତ୍ ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବୁ ।
ତୁଳସୀ ଗଛ ଶୁଖିବାର କାରଣ :
ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଯଦି ଶୁଖିଯାଏ ତେବେ ଏହା ଉପରେ କାହାର ଖରାପ ନଜର ପଡିଥାଏ ବୋଲି ଏହା ସୂଚାଇ ଦେଇଥାଏ । ଶୁଖିଲା ତୁଳସୀ ଘରେ ନକରାତ୍ମକତା ପ୍ରବେଶର ଏକ ପ୍ରମାଣ । ଏହା ପିତୃ ଦୋଷକୁ ମଧ୍ୟ ସୂଚାଇଥାଏ । ଯଦି ସମୟ ମଧ୍ୟରୁ ଘରୁ ଶୁଖିଲା ତୁଳସୀ ଗଛ ବାହାର କରି ନ ଦିଆଯାଏ ତେବେ ଘରେ ନକରାତ୍ମକତା ଶକ୍ତି ବୃଦ୍ଧି ପାଇଥାଏ । ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଫୋପାଡ଼ି ଦେବା ମଧ୍ୟ ଉଚିତ୍ ନୁହେଁ । ଏପରି ପରିସ୍ଥିତିରେ ଶୁଖିଲା ତୁଳସୀ କାଠିକୁ ନେଇ କପା ଭିତରେ ଗୁଡାଇ ରଖନ୍ତୁ । ଏହା ପରେ ଘିଅ କିମ୍ବା ସୋରିଷ ତେଲ ଢାଳି ପୂଜା ଘରେ ଜଳାଇ ଦିଅନ୍ତୁ । ଯାହା ଘରେ ସକରାତ୍ମକତା ଆଣିଥାଏ ବୋଲି ବିଶ୍ବାସ କରାଯାଏ ।
କିପରି ନେବେ ପଦକ୍ଷେପ :
ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ବାରମ୍ବାର ଶୁଖି ଯାଉଛି ତେବେ ଭୟଭୀତ ହେବାର କାରଣ ନାହିଁ । ପ୍ରଥମେ ତୁଳସୀ ଗଛ ସଠିକ୍ ଦିଗରେ ଲାଗିଛି ନା ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଶାସ୍ତ୍ର ଅନୁସାରେ ତୁଳସୀ ଗଛ ସଠିକ୍ ଦିଗରେ ରହିବା ଜରୁରୀ । ଯାହା ଖୁବ୍ ଗୁରୁତ୍ବପୂର୍ଣ୍ଣ । ତୁଳସୀ ଗଛ ସବୁବେଳେ ଉତ୍ତି-ପୂର୍ବ କୋଣରେ ରହିବା ଉଚିତ୍ । ଯାହା ଫଳପ୍ରଦ ବୋଲି ବିବେଚନା କରାଯାଏ । ଯଦି ଏହି ଗଛ ଭୁଲବଶତଃ ଦକ୍ଷିଣରେ ଲଗାଯାଏ ତେବେ ଶୁଖିଯିବା ନିଶ୍ଚିତ ।




