ରାଜ୍ୟ

ମେଟ୍ରୋ ଟନେଲ କାମ ବେଳେ ଅଘଟଣ; ଦୁଇ ଓଡ଼ିଆ ଶ୍ରମିକ ମୃତ, ୬ଆହତ

ପାଟନା: ବିହାର ପାଟନାରେ ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏନେଇ ଶ୍ରମ ମନ୍ତ୍ରୀ ବିହାର ସରକାରଙ୍କ ସହ ଆଲୋଚନା କରିବେ। ସୋମବାର ରାତିରେ ପାଟନାରେ ମେଟ୍ରୋ ଟନେଲ କାମ ଚାଲିଥିବା ବେଳେ ମେସିନରେ ବ୍ରେକ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଟନେଲ ଭିତରେ ପାଖାପାଖି ୨୫ଜଣ ଶ୍ରମିକ କାମ କରୁଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button