ମନୋରଞ୍ଜନ

ବରା ତ ବହୁତ ଖାଇଥିବେ କିନ୍ତୁ ଥରେ ବନାଇ ଖାଆନ୍ତୁ ବ୍ରେଡ ବରା, ସ୍ୱାଦ ଏକଦମ୍‌ ଟେଷ୍ଟୀ

ବ୍ରେଡକୁ ଘରେ ସାଧାରଣତଃ ବ୍ରେକଫାଷ୍ଟ ଭାବରେ ସମସ୍ତେ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ବ୍ରେଡରୁ ଅନେକ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇହେବ, ଯାହାକୁ ଆପଣ ସକାଳ ଏବଂ ସଞ୍ଜରେ ସ୍ନାକ୍ସ ଭାବରେ ଖାଇପାରିବେ। ଆଜି ଆମେ ଆପଣଙ୍କୁ ବ୍ରେଡ ବରା ବିଷୟରେ ଜଣାଇବୁ, ଯାହାର ସ୍ୱାଦ ସାଧାରଣ ବରା ଠାରୁ ବହୁତ ବଢ଼ିଆ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ ସ୍ଲାଇସ – ୬ଟି
  • ଅଧା କପ୍‌ ଦହି
  • ଅଧା କପ୍‌ ଚାଉଳ ଗୁଣ୍ଡ
  • ୧/୪ କପ୍‌ ସୁଜି
  • ଅଧା ଚାମଚ ଜିରା
  • ପିଆଜ (କଟା ହୋଇଥିବା)
  • ଅଦା (ଗୋଟେ ଖଣ୍ଡ କଦ୍ଦୁକସ୍‌ କରାଯାଇଥିବା)
  • ଅଳ୍ପ – ଧନିଆ ପତ୍ର
  • ଲୁଣ – ସ୍ୱାଦାନୁସାରେ
  • ଭୃଷଙ୍ଗ ପତ୍ର – ଅଳ୍ପ
  • କଞ୍ଚା ଲଙ୍କା – ୨ଟି

baraପ୍ରସ୍ତୁତି ପ୍ରଣାଳୀ

  1. ଏକ ପାତ୍ରରେ ବ୍ରେଡ ଖଣ୍ଡ, ଦହି, ଚାଉଳ ଗୁଣ୍ଡ, ଅଟା ଏବଂ ସୁଜି ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  2. ୨୦ ମିନିଟ୍‌ ପରେ ଏହାକୁ ଅଲଗା ଢ଼ାଙ୍କୁଣୀ ଦେଇଦିଅନ୍ତୁ।
  3. ଏଥିରେ ବଳକା ଥିବା ସବୁ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
  4. କଡାରେ ତେଲ ଗରମ କରନ୍ତୁ।
  5. ଚିକ୍କଣ ହାତରେ ମିଡିୟମ ସାଇଜର ବରା ବନାନ୍ତୁ ଏବଂ ଧୀମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
  6. ଏବେ ବରା କୁରକୁରା ହୋଇଯିବା ପରେ ଏହାକୁ ବାହାରକୁ ବାହାର କରିଦିଅନ୍ତୁ।
  7. ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ବ୍ରେଡ ବରା। ଆପଣ ଏହାକୁ ନଡିଆ ଚଟଣୀ କିମ୍ବା ଟମାଟୋ ଚଟଣୀ ସହିତ ସର୍ଭ କରିପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button