ସ୍ୱାସ୍ଥ୍ୟ

ଆବଶ୍ୟକତା ଠାରୁ ଅଧିକ କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ଶାରୀରିକ ସମସ୍ୟା

କ୍ଷୀରରେ ପ୍ରଚୁର ପରିମାଣର ପ୍ରୋଟିନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଏଣୁ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍‌ ଲାଭଦାୟକ ହୋଇଥାଏ। ଡାକ୍ତର ମଧ୍ୟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି। କ୍ଷୀର ହାଡ଼କୁ ମଜଭୁତ କରିବା ସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ। ଆବଶ୍ୟକ ଅନୁସାରେ କ୍ଷୀର ପିଇବା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ମାତ୍ରାଧିକ କ୍ଷୀର କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଜାଣିବା ଅଧିକ ମାତ୍ରାରେ କ୍ଷୀର ପିଇବା ଦ୍ୱାରା କି କି ସମସ୍ୟା ଦେଖାଯାଏ…

    • ଅଧିକ ପରିମାଣର କ୍ଷୀର ପିଇବା ଦ୍ୱାରା ପାଚନଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିସହ ଗ୍ୟାସ ଆଦି ସମସ୍ୟା ମଧ୍ୟ ଦେଖାଦିଏ।
    • ମାତ୍ରାଧିକ କ୍ଷୀର ପିଇଲେ ଦେହବୁଲାଇ ହେବା, ଅସ୍ୱସ୍ତି ଲାଗିବା, ଥକାପଣ ଆଦି ଅନୁଭବ ଭଳି ସମସ୍ୟା ଦେଖାଯାଏ।
    • ବହୁ ପରିମାଣରେ କ୍ଷୀର ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଏ। ଚର୍ମରେ ଆଲର୍ଜି ହେବା ସହ ଦାନା ଦାନା ମଧ୍ୟ ବାହାରିଥାଏ।
    • ଦିନକୁ ୩ ଗ୍ଲାସରୁ ଅଧିକ କ୍ଷୀର ପିଇଲେ ହାର୍ଟ ସମସ୍ୟା ମଧ୍ୟ ଦେଖାଯାଏ। ଏଣୁ ଡାକ୍ତରଙ୍କ ପରାମର୍ଶ ନେଇ କ୍ଷୀର ପିଇବା ଉଚିତ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button