ମନୋରଞ୍ଜନ

ସେ ମୋ ମାଲିକ, ‌ମୋତେ ମାଡ଼ ମାରି ପାରିବେ; ରାହତଙ୍କଠାରୁ ମାଡ଼ ଖାଇବା ପରେ ଏଭଳି କହିଲେ ଯୁବକ – Kalinga News

[ad_1]

ମୁମ୍ବାଇ: ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କୁ ନେଇ କିଛି ସମୟ ତଳେ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା। ଏକ୍ସ (ଟୁଇଟର)ରେ ଏକ ଭିଡିଓ ଦ୍ରୁତଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ଯୁବକଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ପାଇଁ ତାଙ୍କୁ ଟ୍ରୋଲ କରାଯିବା ପରେ ସେ କ୍ଷମା ମାଗିଥିଲେ। ଏବେ ମାଡ଼ ଖାଇଥିବା ଯୁବକଜଣକ ନିଜର ପକ୍ଷ ରଖିଛନ୍ତି। ସେ ମୋର ମାଲିକ, ସେ ମୋତେ ମାଡ଼ ମାରି ପାରିବେ ବୋଲି କହିଛନ୍ତି ମାଡ଼ ଖାଇଥିବା ଯୁବକ।

ଉସ୍ତାଦ ରାହତ ଫତେହ ଅଲ୍ଲୀ ଖାନଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଯୁବକଜଣକ କହୁଛନ୍ତି, ଭିଡିଓକୁ ନେଇ ଯାହା ସବୁ ଚର୍ଚ୍ଚା ଚାଲିଛି ତାହା ମିଛ। ଏକ ବୋତଲ ମୁଁ ହଜାଇ ଦେଇଥିଲି ବୋଲି ସେ ମୋତେ ତାଗିଦ୍ କରି ମାଡ଼ ମାରିଥିଲେ। ସେ ମୋର ମାଲିକ। ତାଙ୍କ ସହିତ ୪୦ବର୍ଷ ହେଲାଣି ରହିଲାଣି। ସେ ମୋର ଗୁରୁ। ଯିଏ ଏହି ଭିଡିଓ ରେକର୍ଡ କରିଛି ସେ ଜଣେ ବଡ ବ୍ଲାକମେଲର୍। ଜଣେ ଗୁରୁ ହିସାବରେ ସେ ମୋତେ ମାଡ଼ ମାରିପାରିବେ ଏବଂ ତାଗିଦ୍ ମଧ୍ୟ କରିପାରିବେ।

ତେବେ ମାଡ଼ ଖାଇଥିବା ଯୁବକଙ୍କ ସ୍ପଷ୍ଟୀକରଣ ପରେ ବି ଧମକ ଦେଇ ବା ଲାଞ୍ଚ ଦେଇ ରାହତ ଫତେହ ଅଲ୍ଲୀ ଖାନ ଯୁବକଙ୍କୁ ଏଭଳି କହିବାକୁ ବାଧ୍ୟ କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button