ଦେଶ- ବିଦେଶ

ଏଣିକି ବ୍ଲଡ଼ ସୁଗାର ବାବଦରେ ସଠିକ ତଥ୍ୟ ଦେବ “ଲିଭର ସେନ୍ସ”, ତିନି ଫୁଟ ଗଭୀର ପାଣିରେ ବି ୩୦ ମିନିଟ ପର୍ଯ୍ୟନ୍ତ କରିବ କାମ

ଶରୀରରେ ଶର୍କରା ପରିମାଣ ବଢିଲେ ବା କମିଲେ ଏହା ଶରୀର ପାଇଁ ଘାତକ ହୋଇଥାଏ । ଯେଉଁମାନଙ୍କର ଡାଇବେଟିସ ଉଚ୍ଚ ରହିଥାଏ ଓ ସେମାନେ ନିୟମିତ ଭାବରେ ଇନସୁଲିନ ନେଉଥାନ୍ତି । ସେମାନଙ୍କୁ ଡାକ୍ତର ଦିନରେ ତିନି ରୁ ଚାରି ଥର ନିଜ ନିଜ ରେଟିଙ୍ଗର ଏକ ରେକର୍ଡ ମେଣ୍ଟେନ କରିବା ପାଇଁ ପରାମର୍ଶ ଦେଇଆନ୍ତି । ଅନେକେ ନିଜ ନିଜ ଘରେ ଏକ ବ୍ୟକ୍ତିଗତ ମେସିନ ରଖିଥିବା ବେଳେ କେତେଜଣଙ୍କୁ ଏଥିପାଇଁ ବାରମ୍ବାର କ୍ଲିନିକ ଯିବାକୁ ପଡିଥାଏ । ଅନେକ ସମୟରେ ବି ଘରେ ରଖିଥିବା ମେସିନ ବି ସଠିକ ରେଟିଙ୍ଗ ଦେଇନଥାଏ । କିନ୍ତୁ ରୋଗୀ ମାନଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଆମେରିକାର ଏକ ପ୍ରସିଦ୍ଧ ଔଷଧ ନିର୍ମାଣକାରୀ କମ୍ପାନୀ Abortt ପକ୍ଷରୁ ଏକ ନୂଆ “ଗ୍ଲୁକୋଜ ସେନ୍ସର” ପ୍ରସ୍ତୁତ କରାଯାଇଥିବା ନେଇ ଦାବି କରାଯାଇଛି । ଆମେରିକାର

ଇଲିଆନ୍ସ ସ୍ଥିତ ଏବୋର୍ଟ କମ୍ପାନୀ “ଲିଭର ସେନ୍ସ” ନାମକ ଏକ ଗୋଲାକାର ବାଇଓସେନ୍ସର ପ୍ରସ୍ତୁତ କରିଛନ୍ତି । ଏହି ମେସିନଟି “ଫ୍ରି ଷ୍ଟାଇଲ ଲିଭର” ଟେକନିକ ଉପରେ ହିଁ କାର୍ଯ୍ୟ କରିଥାଏ । ପାଖାପାଖି ଦୁଇ ପାଉଣ୍ଡ ଓଜନର ଏହି ମେସିନଟି ଏକ ପଟ୍ଟି ମାଧ୍ୟମରେ ଶରୀର ସହିତ ଲାଖି ଯାଇପାରିବ । ପଟ୍ଟୀରେ ଲାଗିଥିବା ୦.୨ ଇଞ୍ଚର ଏକ ଛୁଞ୍ଚି ଧମନୀରେ ପ୍ରଭାହିତ ହେଉଥିବା ରକ୍ତ ପର୍ଯ୍ୟନ୍ତ ପହଂଚି କାର୍ଯ୍ୟ କରିବା ଆରମ୍ଭ କରିଥାଏ । ଏହା ପରେ “ଲିଭର ସେନ୍ସର”ରେ ମହଜୂତ ଥିବା ସେନ୍ସର ଶର୍କରା ମାତ୍ରା ନିରୂପଣ କରି ଏବାବଦରେ ସ୍ମାର୍ଟଫୋନରେ ସୂଚନା ଦେଇଥାଏ ।

The Diabetes Diet - HelpGuide.org

ଏହାକୁ ନିର୍ମାଣ କରିଥିବା ସଂସ୍ଥା ଅନୁଯାୟୀ, ଏହି ଲିଭର ସେନ୍ସର ମଧୁମେହ ରୋଗୀଙ୍କ ବ୍ୟତୀତ, ବ୍ୟାୟାମକାରୀ, ଆଥଲେଟ ମାନଙ୍କ ପାଇଁ ବି ବିଶେଷ ଉପଯୋଗୀ ହୋଇପାରିବ । ଏକ୍ସରସାଇଜ କିମ୍ବା ବ୍ୟାୟାମ ସମୟରେ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନ ବାବଦରେ ବି ଏହା ସଠିକ ରିପୋର୍ଟ ଦେଇପାରିବ । ସ୍ମାର୍ଟଫୋନର ବ୍ଲୁ ଟୁଥ ଜରିଆରେ ସେନ୍ସର ରିଅଲ ଟାଇମ ବ୍ଲଡ଼ ସୁଗାର ବାବଦରେ ସୂଚନା ଦେବ ।
ଜାଣି ରଖନ୍ତୁ ଏହାର ବ୍ୟବହାର କରିବା ପୂର୍ବରୁ କଣ କଣ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ:

– ଲିଭର ସେନ୍ସର ୧୪ ଦିନ ପର୍ଯ୍ୟନ୍ତ ବ୍ଲଡ଼ ସୁଗାର ବାବଦରେ ସଠିକ ସୂଚନା ଦେଇପାରିବ । କିନ୍ତୁ ଏହା ପରେ ବ୍ଲଡ଼ ସୁଗାର ରିଡିଂଗ ପାଇଁ ଏହାକୁ ବଦଳେଇବାକୁ ପଡିବ ।

– କିନ୍ତୁ ଏହାର ନିର୍ମାତା ମାନେ ଦାବି କରିଛନ୍ତିକି ଧୂଳି, ମାଟି, ଧୂଆଁ, ପାଣି ଆଦିର ପ୍ରଭାବ ଏହା ସଠିକ ତଥ୍ୟ ଦେଇପାରିବ ।

-୩ ଫୁଟ ପର୍ଯ୍ୟନ୍ତ ଗଭୀର ପାଣିରେ ବି ଏହା ୩୦ ମିନିଟ ପର୍ଯ୍ୟନ୍ତ କାମ କରିପାରିବାର କ୍ଷମତା ରଖିଛି ।

– ୯୧  ପ୍ରତିଶତରୁ ଉର୍ଦ୍ଧ୍ବ ବ୍ୟବହାରକାରୀ କହିଛନ୍ତିକି, ଶରୀରରେ ଲାଖି ରହିଲେ ମଧ୍ୟ କୌଣସି ପ୍ରକାର ଦରଜ ହୋଇନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button