ସ୍ୱାସ୍ଥ୍ୟ

ରକ୍ତ ଅଭାବ ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ଚିନାବାଦାମ, ଜାଣନ୍ତୁ ଏହାକୁ ଖାଇବାର ଆଉକିଛି ଫାଇଦା

ଚିନାବାଦାମ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ।ଏହାକୁ ଅନେକ ଲୋକ ବାଦାମ ମଧ୍ୟ କହିଥାନ୍ତି। ଏହାର ଅନେକ ଫାଇଦା ମଧ୍ୟ ରହିଥାଏ। ଚିନାବାଦରେ ପ୍ରୋଟିନର ପ୍ରଚୁର ମାତ୍ରା ରହିଥାଏ। ବାଦାମରେ ପର୍ଯ୍ୟାପ୍ତ ମାତ୍ରାରେ ଆଇରନ, କ୍ୟାଲସିୟମ ଏବଂ ଜିଙ୍କ ମିଳିଥାଏ। ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ବାଦାମରେ ଭିଟାମିନ ଇ ଏବଂ ଭିଟାମିନ ବି ୬ ଭରପୂର ମାତ୍ରାରେ ରହିଥାଏ। ତେବେ ଏଥିରୁ ଆଉ କ’ଣ ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା…

– ବାଦାମରେ ଥିବା ତତ୍ତ୍ୱ ପେଟ ସହିତ ଜଡିତ ଅନେକ ସମସ୍ୟା ଦୂର କରିଥାଏ। ତା ସହିତ ନିୟମିତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୁଏ।

pea

– ଗର୍ଭବତୀ ମହିଳାଙ୍କ ପାଇଁ ବାଦାମ ଖାଇବା ବେଶ ଫାଇଦାଯୁକ୍ତ ରହିଥାଏ। ଏହାଦ୍ୱାରା ଗର୍ଭରେ ବଢୁଥଇବା ପିଲାର ବିକାଶ ଭଲଭାବେ ହୋଇଥାଏ।

– ବାଦାମ ଶରୀରକୁ ଶକ୍ତି ଦେଇଥାଏ, ଏହାଛଡା ପାଚନ କ୍ରିୟାକୁ ସଠିକ୍‌ ରଖିଥାଏ।

– ଓମେଗା ୬ରେ ଭରପୂର ହୋଇଥାଏ ବାଦାମ। ବାଦାମ ତ୍ୱଚାକୁ କୋମଳ ଏବଂ ନମନୀୟ ବନାଇଥାଏ। ଅନେକ ଲୋକ ବାଦାମ ପେଷ୍ଟ କରି ଏହାକୁ ଫେସପ୍ୟାକ ଭାବେ ମଧ୍ୟ ବ୍ୟବହାର କରନ୍ତି।

nut

– ବାଦାମ ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମ୍‌ ହୋଇଥାଏ। ଏହାଛଡା ରକ୍ତ ଅଭାବ ଦୂର ହୋଇଥାଏ।

– ବାଦାମରେ କ୍ୟାଲସିୟମ ଏବଂ ଭିଟାମିନ ଡି ର ପର୍ଯ୍ୟାପ୍ତ ମାତ୍ରା ରହିଥାଏ। ଏହାକୁ ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button