ସ୍ୱାସ୍ଥ୍ୟ

ଏହି ଦୁଇଟି ଜିନିଷ ବ୍ୟବହାର କରି ସହଜରେ ଘରେ ତିଆରି କରନ୍ତୁ ସ୍କିନ୍‌ ଟୋନର, ଚମକିବ ତ୍ୱଚା

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ, ଧୂଳି, ଧୂଆଁ, ପ୍ରଦୂଷଣ ଆଦି ଯୋଗୁ ତ୍ୱଚା ଖରାପ ହେବାରେ ଲାଗିଛି। ଏଣୁ ମହିଳାମାନେ ତ୍ୱଚାର ଚମକ ବଢ଼ାଇବା ପାଇଁ ବିଭିନ୍ନ ବଜାର ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ଖାସ୍‌ କରି ତ୍ୱଚା ପାଇଁ ମହିଳାମାନେ ବଜାରର ସ୍କିନ୍‌ ଟୋନର ବ୍ୟବହାର କରୁଛନ୍ତି। ଏହା ମୁହଁର ଉଜ୍ଜ୍ୱଳତା ତ ବଢ଼ାଏ କିନ୍ତୁ ଯାହାର ତ୍ୱଚାକୁ ସୁଟ୍‌ ନ କଲା ତା’ମୁହଁରେ ଫଳିଯାଏ। ଏଥିସହ ଏସବୁ ପ୍ରଡକ୍ଟ ମହଙ୍ଗା ମଧ୍ୟ ହୋଇଥାଏ। ତେବେ ଆମେ ଆପଣଙ୍କୁ କେବଳ ଦୁଇଟି ଘରୋଇ ଜିନିଷରେ ଆଜି ସ୍କିନ୍‌ ଟୋନର ତିଆରି କରିବା ଶିଖାଇବୁ, ଯାହାକୁ ଆପଣ କମ୍‌ ଖର୍ଚ୍ଚରେ କରିପାରିବେ।

skin

ଘରେ ସ୍କିନ୍‌ ଟୋନର ତିଆରି କରିବା ପାଇଁ ଆପଣଙ୍କୁ ମାତ୍ର ୨ଟି ଜିନିଷ ଦରକାର। ଗୋଟିଏ ଟମାଟୋ ଓ ଅନ୍ୟଟି ଗୋଲାପ ଜଳ। ପ୍ରଥମେ ଟମାଟୋରୁ ରସ କାଢ଼ି ଗୋଟେ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏକ ଚା’ ଛଣାରେ ଏହାକୁ ଛାଣି ଖଦଡ଼ା ଅଂଶ ବାହାର କରି ଫିଙ୍ଗିଦିଅନ୍ତୁ। ବଳକା ଲିକ୍ୱିଡକୁ ଏକ ଏୟାର ଟାଇଟ୍‌ ଡବାରେ ଭରି ରଖନ୍ତୁ।

gulab

ପ୍ରତିଦିନ ବାହାରୁ ଫେରିବା ପରେ ମୁହଁକୁ ଭଲଭାବେ ଧୋଇ ତୁଳାରେ ଅଳ୍ପ ଅଳ୍ପ ଏହି ଲିକ୍ୱିଡ୍‌ ନେଇ ତ୍ୱଚାରେ ଲଗାନ୍ତୁ। ଏହି ସ୍କିନ୍‌ ଟୋନର ଆପଣଙ୍କ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବା ସହ ଦାଗ ଦୂର କରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button