ଦେଶ- ବିଦେଶ

କର୍କଟ ପ୍ରତିରୋଧୀ ସହ ଓଜନ ହ୍ରାସ ପାଇଁ ଅମୋଘ ଅସ୍ତ୍ର ଅଦାପାଣି, ଜାଣନ୍ତୁ ଆଉ କି କି ଫାଇଦା ରହିଛି ଏଥିରେ

ଯେତେବେଳେ ଆପଣ ବଜାରକୁ ପନିପରିବା କିଣିବାକୁ ଯାଆନ୍ତି ସେତେବେଳେ ଅଦା ନିଶ୍ଚୟ କିଣୁଥିବେ । କାରଣ ବିନା ଅଦାରେ ଘରର ଅନେକ ସଦସ୍ୟ ଚା ପସନ୍ଦ କରନ୍ତି ନାହିଁ । ଅଧିକାଂଶ ଲୋକ ଜାଣନ୍ତି ଯେ ଅଦା ଚା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି କି ଅଦା ପାଣି ପିଇବା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହି ପାଣି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଅଦା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ।

ତ୍ୱଚା ପାଇଁ ଉପକାରୀ

ଅଦା ପାଣି ପିଇବା ଦ୍ୱାରା ରକ୍ତ ସଫା ରହିଥାଏ, ଯାହାର ପ୍ରଭାବ ଚର୍ମ ଉପରେ ଉଜ୍ଜ୍ୱଳତା ଆକାରରେ ଦେଖାଯାଏ । ଏହା ବ୍ରଣ ଏବଂ ଚର୍ମ ସଂକ୍ରମଣ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି 

ଅଦା ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ଥଣ୍ଡା କାଶ ଏବଂ ଭାଇରାଲ ସଂକ୍ରମଣ ଭଳି ରୋଗର ଆଶଙ୍କା ମଧ୍ୟ ହ୍ରାସ ହୋଇଥାଏ ।

Ginger Water | Recipe | Lemon health benefits, Infused water ...

 

ହଜମ ପ୍ରକ୍ରିୟାରେ ଉପକାରୀ

ଏହାକୁ ପିଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ସଠିକ୍ ଭାବରେ କାମ କରିଥାଏ ଏବଂ ଖାଦ୍ୟ ସହଜରେ ହଜମ କରିବାରେ ଏହା ସାହାଯ୍ୟ କରିଥାଏ ।

ଓଜନ ହ୍ରାସ କରିବାରେ ସହାୟକ

ଏହାକୁ ନିୟମିତ ପିଇଲେ ଶରୀରରେ ଥିବା ଅତ୍ୟଧିକ ଚର୍ବି କମିଯାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କର୍କଟ ରୋଗରୁ ରକ୍ଷା କରେ 

ଅଦାରେ କିଛି ଏପରି ଉପାଦାନ ରହିଥାଏ ଯାହା କର୍କଟ ଭଳି ରୋଗ ସହିତ ଲଢ଼ିବାରେ ପ୍ରଭାବଶାଳୀ ହୋଇଥାଏ । ତେଣୁ କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button