ଦେଶ- ବିଦେଶ

ନ୍ୟାଚୁରାଲ ବ୍ଲିଚ୍‌ ଭଳି କାମ କରିଥାଏ ଲେମ୍ବୁ ଏବଂ ମହୁ, ଥରକେ ବ୍ୟବହାରରେ ଚମକି ଉଠିବ ତ୍ୱଚା

ବ୍ୟସ୍ତବହୁଳ ଜୀବନରେ ଆମକୁ ସମୟ ମିଳୁନାହିଁ ନିଜର ଯତ୍ନ ନେବା। ଆମେମାନେ ନିଜ ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ଖାସ୍‌ କେୟାର ନେଇପାରୁନାହାନ୍ତି। ଯେଉଁ କାରଣରୁ ଆମ ତ୍ୱଚା ଖରାପ ହେଇଯାଏ। ଆପଣ ମେକଅପ୍‌ ଜରିଆରେ ନିଜ ଚେହେରାକୁ ଲୁଚାଇଲେ ସୁଦ୍ଧା ଆମେ ସେହି କିଛି ସମୟ ପାଇଁ ସୁନ୍ଦର ଦେଖାଯାନ୍ତି କିନ୍ତୁ ପ୍ରାକୃତିକ ଉଜ୍ୱଳତା ଆପଣଙ୍କୁ ଏହି ସବୁ ଜିନିଷରୁ ମିଳିବନାହିଁ। ଗ୍ଲୋଇଙ୍ଗ୍‌ ତ୍ୱଚା ପାଇବା ପାଇଁ ଆପଣ ଏଣୁତେଣୁ କ୍ରୀମ ନୁହେଁ ଘରେ ଥିବା ଜିନିଷରେ ଚମକାଇ ପାରିବେ। ଆପଣ ଲେମ୍ବୁ ଏବଂ ମହୁ ସାହାଯ୍ୟରେ ନିଜ ତ୍ୱଚାରେ ଚମକ ଆଣିପାରିବେ।

ମହୁ ଏବଂ ଲେମ୍ବୁ ବ୍ୟବହାର କରି ଆପଣ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହାଛଡା ଆପଣଙ୍କ ତ୍ୱଚା ଏକଦମ୍‌ ସୁନା ଭଳି ଚମକିବ।

ଲେମ୍ବୁରେ ଭିଟାମିନ୍‌ ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ ଯାହା ଚେହେରାରେ ନ୍ୟାଚୁରାଲ ବ୍ଲିଚ୍‌ ଭଳି କାମ କରିଥାଏ। ସେହିପରି ମହୁ ସ୍କିନକୁ ନରମ ଏବଂ ହାଇଟ୍ରେଟ୍‌ କରିବାରେ ସାହାଯ୍ୟ କରିତାଏ। ଏବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଏକ ପାତ୍ରରେ ଦୁଇ ଚାମଚ ମହୁ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଚେହେରାରେ ଭଲଭାବେ ଲଗାଇ ଦିଅନ୍ତୁ। ୧୦ ମିନିଟ୍‌ ରଖିବା ପରେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଆପଣଙ୍କ ତ୍ୱଚା ଏକଦମ୍‌ ଗ୍ଲୋ କରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button