ରାଜ୍ୟ

ଆପଣଙ୍କୁ କାଙ୍ଗାଳ କରିଦେବ ଜୋତା ସହ କରୁଥିବା ଏହି ଭୂଲ, ସମସ୍ୟା ପୂର୍ବରୁ ରୁହନ୍ତୁ ସତର୍କ

ଆପଣ ଦେଖିଥିବେ ଯେ ସବୁ ଘରେ ଜୋତା ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ବାସ୍ତୁଶାସ୍ତ୍ରରେ ଜୋତାରେ ବହୁତ ବଡ ଭୂମିକା ରହିଛି। ଏଥିପାଇଁ ଜୋତା ସମ୍ବନ୍ଧୀୟ କୌଣସି ବି ଭୂଲ ଘରେ ସମସ୍ୟା ଆଣିପାରେ ଏବଂ ଆପଣଙ୍କୁ କାଙ୍ଗାଳ କରି ଘରର ସୁଖ ଶାନ୍ତି ଛଡାଇ ନେଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଜୋତା ସହ ଜଡିତ କିଛି ବାସ୍ତୁ ଉପାୟ ଜଣାଇବୁ ଯାହାକୁ ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ।

ଆଲମାରୀରୁ ଟଙ୍କା କାଢ଼ିବା ସମୟରେ ପିନ୍ଧନ୍ତୁ ନାହିଁ ଜୋତା

ଆଲମାରୀରେ ଆମେମାନେ ଧନ ଏବଂ ଆଭୂଷଣ ରଖନ୍ତି। ଏସବୁ ଆମର ସମ୍ମାନ ଏବଂ ପ୍ରତିଷ୍ଠାତାର ପ୍ରତୀକ ହୋଇଥାଏ। ମା ଲକ୍ଷ୍ମୀଙ୍କର କୃପା ଆମକୁ ଏସବୁରୁ ହିଁ ମିଳିଥାଏ। ତେଣୁ ଆଲମାରୀରୁ କିଛି ଜିନିଷ ବାହାର କଲା ବେଳେ ଜୋତା ପିନ୍ଧିବା ଅନୁଚିତ।

shoesଜୋତା ରାକକୁ ରଖନ୍ତୁ ପରିଷ୍କାର

ଚେଷ୍ଟା କରନ୍ତୁ ଜୋତା ରେକକୁ ସବୁ ସପ୍ତାହରେ ସଫା କରିବା ଉଚିତ। ମଇଳା ଚପଲ ଘରକୁ ଦରିଦ୍ର କରିଥାଏ।

ଜୋତା ରେକ

ଜୋତା ରେକକୁ ସବୁବେଳେ ପଶ୍ଚିମ ଦିଗରେ ରଖନ୍ତୁ। ବାସ୍ତୁ ଅନୁଯାୟୀ ଛିଡା କିମ୍ବା ଫଟା ଚପଲକୁ ଫୋପାଡି ଦେବା ଉଚିତ। ନଚେତ ଗରିବଙ୍କୁ ବାଣ୍ଟି ଦିଅନ୍ତୁ। ପୁରୁଣା ଛିଡା ଚପଲକୁ ଗରେ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ଘର ଉପରେ ପଡିଥାଏ।

shoeରୋଷେଇ କଲାବେଳେ ପିନ୍ଧନ୍ତୁ ନାହିଁ ଜୋତା

ପୁରୁଣା ଯୁଗରେ ଲୋକେ ଏହାକୁ ଅଶୁଭ ବୋଲି କହୁଥିଲେ। ମାତା ଅନ୍ନପୂର୍ଣ୍ଣ ରୋଷେଇ ଘରେ ବାସ କରୁଥିବାରୁ ଏହାକୁ ରୋଷେଇ ଘରେ ଆଦୌ ବି ପିନ୍ଧିବା ଅନୁଚିତ।

ଘର ବାହାରେ ରଖନ୍ତୁ ଜୋତା

ଜୋତାକୁ ଘରୁ ବାହାରେ ରଖି ଯିବା ଉଚିତ। କେବେବି ଘର ଦୁଆରେ ଜୋତାକୁ ଏପଟ ସେପଟ କରି ରଖନ୍ତୁନାହିଁ। ଏମିତି ହେଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଆଉ ଆପଣଙ୍କ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button