ଦେଶ- ବିଦେଶ

୨ RPF କନଷ୍ଟେବଲଙ୍କୁ ଟ୍ରେନରୁ ଫିଙ୍ଗି ମାରିବା ଘଟଣା; ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଜାହିଦକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗାଜିପୁରରେ ଦୁଇ ଆରପିଏଫ କନଷ୍ଟେବଲ ଜାଭେଦ୍ ଖାନ୍ ଏବଂ ପ୍ରସାଦ କୁମାରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମହମ୍ମହ ଜାହିଦକୁ ଏନକାଉଣ୍ଟର କରିଛି ପୋଲିସ । ଏସଟିଏଫର ନୋଏଡା ୟୁନିଟ୍ ଏବଂ ଗାଜିପୁର ପୋଲିସର ଜଏଣ୍ଟ ଅପରେସନ ବେଳେ ଅଭିଯୁକ୍ତ ଉପରେ ଗୁଲି ବାଜିଥିଲା । ଗୁରୁତର ଅବସ୍ଥାରେ ସ୍ପେଶାଲ ସ୍କ୍ବାର୍ଡ ମହମ୍ମହ ଜାହିଦକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଛନ୍ତି । ପୂର୍ବରୁ ଜାହିଦ୍ ମୁଣ୍ଡ ବଦଳରେ ପୋଲିସ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା ।

ସୂଚନା ଅନୁଯାୟୀ, ମହମ୍ମଦ ଜାହିଦ୍ ବେଆଇନ ମଦ ବ୍ୟବସାୟ ଗ୍ୟାଙ୍ଗ ସହିତ ଯୋଡ଼ି ହୋଇଥିଲା । ଏସଟିଏଫର ନୋଏଡା ୟୁନିଟ୍ ଏବଂ ଗାଜିପୁର ପୋଲିସର ତାକୁ ଧରିବାକୁ ଗାଜିପୁରର ଦିଲଦାରନଗର ଅଞ୍ଚଳରେ ଜଏଣ୍ଟ ଅପରେସନ କରିଥିଲା । ଏହି ସମୟରେ ଅଭିଯୁକ୍ତ ଉପରେ ଗୁଳି ବାଜିଥିଲା । ଜାହିଦ୍ ଗତ ଅଗଷ୍ଟ ମାସ ୧ ତାରିଖ ରାତିରେ ବାଡ଼ମେ-ଗୌହାଟୀ ଏକ୍ସପ୍ରେସ ଟ୍ରେନରେ ବେଆଇନ ଭାବେ ମଦ ତସ୍କରୀ କରୁଥିଲା । ଏହାକୁ ଆରପିଏଫର ଦୁଇ ଜଣ ଯବାନ ଜାଭେଦ୍ ଖାନ୍ ଏବଂ ପ୍ରସାଦ କୁମାର ବାରଣ କରିଥିଲେ । ଏହି ସମୟରେ ଦୁଇ ଯବାନଙ୍କୁ ମଦ ମାଫିଆ ମାନେ ନୃଶଂସ ଭାବେ ମାରିବା ପରେ ଟ୍ରେନରୁ ଫିଙ୍ଗି ଦେଇଥିଲେ । ଏହାପରେ ସେଠାରୁ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ପୋଲିସ ମହମ୍ମଦ ଜାହିଦ ମୁଣ୍ଡ ବଦଳରେ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା । ଏବେ ନୋଏଡା ଏସଟିଏଫ ଏବଂ ଗାଜିପୁର ପୋଲିସ ତାକୁ ଏନକାଉଣ୍ଟ କରିଛି । …

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button