ଘରେ ବନାନ୍ତୁ ଆଳୁର ଏହି ସୁଆଦିଆ ରେସିପି, ପାଟିରୁ ଛାଡିବନି ସ୍ୱାଦ

ବର୍ଷାର ଏହି ଋତୁରେ ଥଣ୍ଡା ଥଣ୍ଡା ପାଗରେ ସବୁବେଳେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆଉ ଚଟପଟା ଖାଦ୍ୟ କଥା ମନେ ପଡିଲେ ଆଳୁ ହିଁ ପ୍ରଥମେ ମନେ ପଡେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ‘ବେକଡ୍ ପୋଟାଟୋ’ ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ପିଲା ଠାରୁ ବଡ ପଯ୍ୟର୍ନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
-ଏକ ମଧ୍ୟମ ଆକାରର ଆଳୁ
-ଲୁଣ ଏବଂ ଗୋଲମରୀଚ ପାଉଡର
-ଗୋଟିଏ ଟମାଟୋ, ଗୋଟିଏ କଞ୍ଚା ଲଙ୍କା, ଲୁଣ, କାକୁଡି, ଅଳ୍ପ ଧନିଆ ପତ୍ର, ସିଝା ରାଜମା ଏବଂ ବ୍ରୋକଲୀ
-ତେଲ ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଆଳୁକୁ ଧୋଇ କାଟି ଦିଅନ୍ତୁ। ଏହାର ମଝି ଅଂଶକୁ ଛୁରିରେ ଏମିତି ଭାବରେ କାଟନ୍ତୁ ଯେପରି ଭିତର ପଯ୍ୟର୍ନ୍ତ ସିଝିଯିବ। ଏବେ ଏଥିରେ ତେଲ ଲଗାଇ ଦିଅନ୍ତୁ ଏବଂ ତା ମଝିରେ ସେସବୁ ମିଶ୍ରଣକୁ ରଖି ଦିଅନ୍ତୁ।
ଓଭନକୁ ୨୦୦ ଡିଗ୍ରୀରେ ପ୍ରୀହିଟ୍ କରିଦିଅନ୍ତୁ। ବେକିଙ୍ଗ ଟ୍ରେରେ ଆଳୁକୁ ରଖନ୍ତୁ।
ପ୍ରାୟ ୪୦ ରୁ ୫୦ ମିନିଟ୍ ଏହାକୁ ବେକ କରନ୍ତୁ।
ଏବେ ଆଳୁକୁ ବାହାରକୁ ବାହାର କରନ୍ତୁ। ତାହା ଉପରେ ଲୁଣ ଏବଂ ଗୋଲମରୀଚ ପାଉଡର ପକାଇ ତୁରନ୍ତୁ ସର୍ଭ କରନ୍ତୁ।




