ଦେଶ- ବିଦେଶ

ପରଫ୍ୟୁମର ବ୍ୟବହାର କରୁଛନ୍ତି କି ? ତାହେଲେ ଏହିସବୁ କଥା ଜାଣିବା ନିହାତି ଜରୁରୀ

ଆମ ମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ଲୋକ ପରଫ୍ୟୁମ ବ୍ୟବହାର କରିବାକୁ ପସନ୍ଦ କରନ୍ତି।ତେବେ ଯଦି ଆପଣ ଚାଁହୁଛନ୍ତି ଯେ ଏହାର ସୁଗନ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁ ତାହେଲେ ସେଥିପାଇଁ ଆପଣଙ୍କୁ କିଛି ଜିନିଷର ଧ୍ୟାନ ରଖିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ ଯାହାଦ୍ୱାରା ସୁଗନ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ ।

ପରଫ୍ୟୁମ ବା ଅତର ବୋତଲ ଖୋଲିବା ପରେ ଏହାକୁ ନିୟମିତ ବ୍ୟବହାର କରନ୍ତୁ । ଏହାକୁ ଅଧିକ ଥଣ୍ଡା କିମ୍ବା ଗରମ ସ୍ଥାନରେ ରଖନ୍ତୁ ନାହିଁ ।

ଅତର ଅଧିକ ସମୟ ରହିବା ପାଇଁ ଲେୟାରିଂ କରିବା ଜରୁରୀ । ଅର୍ଥାତ ସମାନ ସୁଗନ୍ଧର ବିଭିନ୍ନ ପ୍ରକାର ଅତର ବ୍ୟବହାର କରନ୍ତୁ । ଲେମନ ସାୱାର, ଲେମନ ସୋପ, ବଡିଲୋସନ ଇତ୍ୟାଦି ବ୍ୟବହାର କରନ୍ତୁ ।

ନିଜର ପର୍ସନାଲିଟି, ଷ୍ଟାଇଲ ଏବଂ କାମ ସହିତ ମେଳ ଖାଉଥିବା ପରଫ୍ୟୁମ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ପରଫ୍ୟୁମ ଶରୀରରେ ଗରମ ରହିଥିବା ସ୍ଥାନ ନଚେତ ପଏଣ୍ଟରେ ବ୍ୟବହାର କରନ୍ତୁ । ତେବେ ସବୁଠାରୁ ଜରୁରୀ କଥା ଯେ ଚର୍ମଠାରୁ 20 ସେମି ଦୂରରୁ ଅତର ସ୍ପ୍ରେ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button