ଦେଶ- ବିଦେଶ

ମାଳିକା ଦେଲା ସଂକେତ, 2023ରେ ରେ ଆସୁଛି ଅଚିହ୍ନା ଜ୍ଵର! ଦେଖନ୍ତୁ କଣ କହୁଛନ୍ତି ପ୍ରବକ୍ତା Dibakar Das

ନମସ୍କାର ବନ୍ଧୁଗଣ, ମହାପୁରୁଷ ଅଚ୍ୟୁତା ନନ୍ଦ ୬୦୦ ବର୍ଷ ପୂର୍ବରୁ ନିଜ ଦିବ୍ୟ ଦ୍ରୁଷ୍ଟି ବଳରେ ମାଳିକାରେ ବର୍ଣନା କରିଯାଇଛନ୍ତି କଳିଯୁଗରେ ଘଟିବାକୁ ଥିବା ସମସ୍ତ ଘଟଣା ବିଷୟରେ । ତେବେ ସେଥି ମଧ୍ୟରୁ ଅନେକ କଥା ସତ ମଧ୍ୟ ହୋଇସାରିଲାଣି । ଯାହା କି ଲୋକଙ୍କ ମନରେ ଭୟ ଆଣିଦେଲାଣି । ତେବେ ଆଗକୁ କେଉଁ ସବୁ ଘଟଣା ରହିଛି ଆସିବାକୁ ଯାଉଥିବା ନୂତନ ବର୍ଷରେ ତାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ମାଳିକାରେ ଉଲ୍ଲେଖ ଥିବା ୨୦୨୩ ବର୍ଷର କିଛି ଘଟଣା ।

ଆଗକୁ ଏଭଳି ଏକ ଜ୍ଵର ଆସୁଛି ଯାହାକୁ ଡାକ୍ତର ମଧ୍ୟ ଚିହ୍ନି ପାରିବେ ନାହିଁ । ଅନେକ ଲୋକ ସେହି ଅଜଣା ଜ୍ଵରରେ ନିଜ ପ୍ରାଣ ତ୍ୟାଗ କରିବେ । ବନ୍ଧୁ ପରିଜନଙ୍କୁ ଏକ କରି ଚାଲିଯିବେ । ମାସ ମାସ ଧରି ଜ୍ଵର ଲାଗିରହିବ । କାହା ପାଖରେ ମଧ୍ୟ ସେହି ଜ୍ଵରର କୌଣସି ଉପଚାର ନଥିବ । ମେଡିକାଲ ନଯାଇ ଲୋକ ଘରେ ମୃତ୍ୟୁ ବରଣ କରିବେ କାରଣ ସେହି ରୋଗକୁ କେହି ଡାକ୍ତର ମଧ୍ୟ ଚିହ୍ନିବେ ନାହିଁ ।

ତେଣୁ ରୋଗୀଙ୍କୁ କେହି ଆଉ ଡାକ୍ତରଖାନା ମଧ୍ୟ ନେବେ ନାହି ଯାହାଫଳରେ ଲୋକ ଘରେ ପଡିରହି ହିଁ ମୃତ୍ୟୁ ମୁଖରେ ପଡିବେ । ଅକାଳରେ ଲୋକ ମରିବେ । ଆଉ ମାଳିକାରେ ଲେଖଥିବା ସମସ୍ତ କଥା ଗୋଟୋ ଗୋଟି କରି ସତ ହେଉଛି ଆଉ ହେବ ମଧ୍ୟ । ତେଣୁ ଏବେ ସମୟ ଥାଉ ଥାଉ ଟିକେ ସାବଧାନ ହୋଇଯାନ୍ତୁ । ଆପଣ ନିଜକୁ ଧର୍ମ କାର୍ଯ୍ୟରେ ନିବେଶ କରନ୍ତୁ ।

ଅନ୍ୟମାନଙ୍କ କାମରେ ଆସନ୍ତୁ । କାହାରି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ । ଅଧର୍ମ କାମକୁ ତ୍ୟାଗ କରିଦିଅନ୍ତୁ । ଏହି ଘଡିକ ଜୀବନ ପାଇଁ କାହିଁକି ପରସ୍ପର ମଧ୍ୟରେ ହଣା କଟା ବାଦ ବିବାଦ କରି ସଂସାରକୁ ଆହୁରି ବେଶି କଳୁଷିତ କରୁଅଛ । ଯେମିତି କର୍ମ ଆମେ କରିବା ସେଭଳି ଫଳ ହିଁ ଭଗବାନ ଆମକୁ ଦେବେ ।

ଯଦି ପୁରା ସଂସାର ହି ପାପ ଗ୍ରସ୍ତ ହୋଇଯିବ ତେବେ ଭଗବାନ ନିଶ୍ଚିନ୍ତ ଏହି ଧରାକୁ ବିନାଶ କରିବେ । ସମସ୍ତେ ଚେଷ୍ଟା କରନ୍ତୁ ନିଯ ମନରେ ପବିତ୍ର ଭାବନା ରଖିବା ପାଇଁ । କଳିଯୁଗରେ ଗୋଟିଏ ଭଲ ଲୋକ ମିଳିବ କଷ୍ଟ ହୋଇପଡିଲାଣି । ସମସ୍ତେ କେବଳ ନିଜ ସ୍ଵାର୍ଥ ଦେଖୁଛନ୍ତି । କେହି କାହାର ଦୁଖ କଷ୍ଟ ବୁଝୁନାହାନ୍ତି କାହା ମନରେ କାହା ପାଇଁ ଟିକିଏ ଦୟା ଭାବନା ନାହିଁ ।

 

ନିଜେ ଭଲ କର୍ମ କରନ୍ତୁ ସଂସାରକୁ ପାପ ଭାରରୁ ମୁକ୍ତ କରନ୍ତୁ । କର୍ମ ଠିକ ରହିଲେ ଫଳ ମଧ୍ୟ ଉଚିତ ମିଳିଥାଏ ଏହାର ଧ୍ୟାନ ସମସ୍ତେ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button