ରାଜ୍ୟ

ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଚକୁନ୍ଦର(ବିଟ୍‌) କବାବ୍‌, ଆଜି ହିଁ ଟ୍ରାଏ କରନ୍ତୁ

ବିଟ୍‌ ଖାଇବାକୁ ଅଧିକାଶ ଲୋକେ ପସନ୍ଦ କରନ୍ତି ନାହିଁ। ଏହା କିନ୍ତୁ ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ପିଲାମାନଙ୍କୁ ଏହା ପସନ୍ଦ ହୋଇନଥାଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫାଇଦାଯୁକ୍ତ ହୋଇଥାଏ। ଯଦି ପିଲାମାନଙ୍କୁ ଏହାକୁ ଖାଇବାକୁ ଦେବାକୁ ଚାହୁଁଛନ୍ତି, ତେବେ ଏଥିରେ ଅଲଗା ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ, ଯାହାକୁ ପିଲା ଆରାମରେ ଭାବେ ଖାଇପାରିବେ। ଆପଣ କିଭଳି ବିଟ୍‌ରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବେ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ…

ଆବଶ୍ୟକ ସାମଗ୍ରୀ :

ବିଟ୍‌ : ୧ କପ୍‌ ( ସିଝା ହୋଇଥିବା)
ଚଣା ଡାଲି : ୧/୨ କପ୍‌ ( ସିଝା ହୋଇଥିବା)
ରସୁଣ : ୪ କୋଲା
ଅଦା: ୧ ଛୋଟ ଖଣ୍ଡ
ଗୁଜୁରାତି : ୨ଟା
ଡାଲଚିନି : ୧ ଛୋଟ ଖଣ୍ଡ
ତେଲ ଛାଣିବା ପାଇଁ

Beetroot Kurma
ପନୀର:
ବେସନ
ଗୋଲମରିଚ ପାଉଡର
ଲଙ୍କା ପାଉଡର
ଲୁଣ ସ୍ୱାଦନୁସାରେ

55

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ସିଝା ହୋଇଥିବା ବିଟ୍‌ ଏବଂ ଚଣା ଡାଲି ସହିତ ରସୁଣ, ଅଦା, ଗୁଜୁରାତି ଏବଂ ଡାଳଚିନି ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ପନୀର, ବେସନ, ଗୋଲମରିଚ ପାଉଡର, ଲଙ୍କା ପାଉଡର, ଲୁଣ ମିଶାଇ ଦେଇ ରଖନ୍ତୁ। ଏବେ ବିଟ୍‌ ପେଷ୍ଟକୁ ଛୋଟ ଛୋଟ ଗୋଲ କରି ତା ମଧ୍ୟରେ ପନୀର ଓ ବେସନ ମିଶ୍ରଣକୁ ଭରି ଦିଅନ୍ତୁ। ଏହାକୁ କବାବ୍‌ ସେପ୍‌ ଦେଇଦିଅନ୍ତୁ। ସବୁ କବାବ ପ୍ରସ୍ତୁତ ହେବା ପରେ ଗରମ ତେଲରେ ଏହାକୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୁନ୍ଦର ବା ବିଟ୍‌ କବାବ। ଚଟଣୀ ସହିତ ଗରମ ଗରମ ଖାଆନ୍ତୁ ଏବଂ ପିଲାମାନଙ୍କୁ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button