ଅଭିନେତା ଋତୁରାଜ ସିଂହଙ୍କ ପରଲୋକ – Kalinga News

[ad_1]
ମୁମ୍ବାଇ: ପ୍ରଖ୍ୟାତ ଟେଲି ସିରିଜ୍ ଅନୁପମା ଏବଂ ‘ଏ ରିସ୍ତା କ୍ୟା କେହଲାତା ହୈ’ରେ ନିଜର ଅଭିନୟ ଦ୍ବାରା ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଋତୁରାଜ ସିଂହଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ଧରି ଅଗ୍ନାଶୟ (ପାନ୍କ୍ରିଆସ୍) ରୋଗରେ ପୀଡ଼ିତ ଥିଲେ। ଋତୁରାଜଙ୍କ ଦେହାନ୍ତ ଖବର ପ୍ରଥମେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅମିତ ବେହେଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରି ଜଣାଇଛନ୍ତି। ସୂଚନାନୁଯାୟୀ, ଋତୁରାଜ ହୃଦ୍ଘାତ ପରେ ଚିକିତ୍ସାଳୟରେ ଭର୍ତି ହୋଇ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭୟ-୩, କୁଟୁମ୍ବ, ନେଭେର କିସ୍ ୟେ ରିସ୍ତା କ୍ୟା କେହଲାତା ହୈ, ଅନୁପମା ଭଳି ଟେଲିଭିଜନ ସିରିୟଲ୍, ମେଡ୍ ଇନ୍ ହେଭେନ୍ ଭଳି ୱେବ୍ ସିରିଜ୍, ସତ୍ୟମେବ ଜୟତେ-୨, ବଦ୍ରିନାଥ କି ଦୁଲହନିଆରେ ଯଥାକ୍ରମେ ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ।
[ad_2]