ମନୋରଞ୍ଜନ

ସନ୍ଧ୍ୟାର ଚା ସହିତ ଖାଆନ୍ତୁ ‘ବଟର ମସଲା କର୍ଣ୍ଣ’, ବର୍ଷାରେ ଆସିବ ଖୁବ୍‌ ମଜା

ବର୍ଷା ଆରମ୍ଭ ହୋଇଯାଇଛି। ଏବେ ମୌସୁମୀ ବର୍ଷା କରିବାରେ ବ୍ୟସ୍ତ। ତେବେ ଏହି ବର୍ଷା ପାଗରେ ଯଦି କିଛି ଚଟପଟା ନ ଖାଇବେ ତାହେଲେ ଏହାର କିଛି ମଜା ନାହିଁ। ବର୍ଷା ପାଗରେ ସବୁବେଳେ ଇଚ୍ଛା ହୋଇଥାଏ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ରେସିପି। ଯାହାକୁ ଆପଣ ମାତ୍ର କେଇ ମିନିଟରେ ପ୍ରସ୍ତୁତ କରିପାରିବେ। ତାହେଲେ ବର୍ଷା ପାଗରେ ଆଜି ପ୍ରସ୍ତୁତ କରନ୍ତୁ ବଟର ମସଲା କର୍ଣ୍ଣ।

ଆବଶ୍ୟକ ସାମଗ୍ରୀ

ମକା – ୨ଟି

ଧନିଆ ପତ୍ର – ଅଳ୍ପ

ଭଜା ଜିରା – ଏକ ଚାମଚ

ଲୁଣ – ସ୍ୱାଦାନୁସାରେ

ଲାଲ ଲଙ୍କା ପାଉଡର – ୧/୨ ଚାମଚ

ଗୋଲମରୀଚ ପାଉଡର – ୧/୨ ଚାମଚ

ଚାଟ ମସଲା – ୧ ଚାମଚ

ଲେମ୍ବୁ ରସ – ଏକ ଚାମଚ

ବଟର – ୨ ଚାମଚ ମେଲ୍ଟ ହୋଇଥିବା

ପ୍ରସ୍ତୁତ ପ୍ରଣାଳୀ

-ମକାକୁ ଛଡାଇ ତାକୁ ଦୁଇ ଇଞ୍ଚ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ମେଲ୍ଟ ହୋଇଥିବା ବଟରରେ ସବୁ ସାମଗ୍ରୀକୁ ପକାଇ ମିକ୍ସ କରିଦିଅନ୍ତୁ।

-ଏବେ ମକାକୁ ଗ୍ୟାସ ଉପରେ ରଖି ଭଲଭାବରେ ସେକି ଦିଅନ୍ତୁ। ଏହାପରେ ବଟର ଦ୍ୱାରା ରଖିଥିବା ମିଶ୍ରଣକୁ ଭଲଭାବେ ଗୋଳାଇ ଗରମାଗରମ ସର୍ଭ କରନ୍ତୁ।

-ଆପଣ ଚାହିଁଲେ ମକାକୁ ଭାଜି ବି ଖାଇପାରିବେ। କିମ୍ବା ସିଝାଇ ବି ଏହାକୁ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button