ରାଜ୍ୟ

ବଜ୍ରପାତରେ ଚାଲିଗଲା ଦୁଇଜଣଙ୍କ ଜୀବନ

ବୈପାରୀଗୁଡା,୨୧/୧୦: ବଜ୍ରପାତରେ ପ୍ରାଣ ହରାଇଲେ ୨ ଜଣ । ଗୋଟିଏ ଦିନରେ ବ୍ଲକର ଦୁଇଟି ପୃଥକ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ ଜଣେ ଯୁବକ ଏବଂ ଅନ୍ୟ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଦଣ୍ଡାବାଡ଼ି ଅଞ୍ଚଳର କୁମାରୀ ବଗଡ଼ାଇ ଏବଂ ମୃତ ଯୁବକ ଜଣକ କାଠରଗଡା ପଞ୍ଚାୟତର ଜଗନ ପାଇକ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ଗଦରୀପଦର ଗାଁରେ କୁମାରୀ ବଗଡ଼ାଇ ରୋଷେଇ କରୁଥିବା ବେଳେ ହଠାତ୍ ବଜ୍ରପାତରେ ଗୁରୁତର ହୋଇପଡ଼ିଥିଲେ ।

ଏହା ଦେଖି ତାଙ୍କ ପରିବାରଲୋକେ ତାଙ୍କୁ ପ୍ରଥମେ ରାମଗିରି ଏବଂ ପରେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପରିବାର ଲୋକେ ବୈପାରୀଗୁଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ୟପଟେ ବୈପାରୀଗୁଡା ବ୍ଲକ ଦୋରାଗୁଡା ପଞ୍ଚାୟତର ବେରଗାଁ ଠାରେ ଜଗନ ପାଇକ ନାମକ ଯୁବକ ଗଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ସେ ଜଣେ ଗାଡ଼ି ହେଲ୍ପର ଭାବେ କାମ କରୁଥିଲେ । ତେବେ ପୋଖରୀରେ ଗାଧୋଇବା ବେଳେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବକ ଜଣକ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ଏବଂ ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୈପାରୀଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button