ପେଟର ଚର୍ବି, ଓଜନ ହ୍ରାସ ଏବଂ ପିରିୟଡ୍ସ ଠାରୁ ଆରମ୍ଭ କରି ଅନେକ ସମସ୍ୟାର ଗୋଟିଏ ସମାଧାନ ଏହି ଯୋଗାସନ, ନିଶ୍ଚୟ କରନ୍ତୁ ଅଭ୍ୟାସ

ଯୋଗ ଶରୀରରକୁ ସୁସ୍ଥ ଏବଂ ତନ୍ତୁରସ୍ତ ରଖିଥାଏ। ଏହା ଶରୀରରକୁ ସୁସ୍ଥ ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯୋଗର ନିୟମିତ ଅଭ୍ୟାସ ଦ୍ୱାରା ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ଶରୀରର ବିଭିନ୍ନ ସମସ୍ୟାକୁ ଯୋଗ ଚୁଟକିରେ ଦୂର କରିଥାଏ। ଯୋଗ ଦ୍ୱାରା ଓଜନ କମିବା ସଂ ଚିନ୍ତା କମ୍ ହୋଇଥାଏ। ଯଦି ଆପଣ ଚର୍ବି କମାଇବାକୁ ଚାହୁଁଛନ୍ତି କିମ୍ବା ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଏହି ସରଳ ଯୋଗାସନକୁ ନିଜ ଫିଟନେସ ରୁଟିନରେ ଯୋଡି ଓଜନ କମ୍ କରିପାରିବେ।
ଏହି ଯୋଗ ମୁଦ୍ରା କରିବା ସମୟରେ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ। ଯଦି ଆପଣ ପ୍ରାରମ୍ଭିକ ଯୋଗ ଅଭ୍ୟାସ କରୁଛନ୍ତି ତେବେ ଆପଣ ଏକ ଚେୟାର ଉପରେ ବସି ଏହି ଯୋଗାସନକୁ କରିପାରିବେ। ଯୋଗ ଏକ ବହୁତ ଭଲ ବ୍ୟାୟାମ, ଷ୍ଟ୍ରେଚ ଏବଂ ମାଂସପେଶୀକୁ କମ୍ କରିଥାଏ। ଏହାକୁ ଆପଣ ନିଜ ଦିନଚଯ୍ୟାର୍ରେ ସାମିଲ କରି ଆପଣଙ୍କ ମେଦବହୁଳତାକୁ କମ୍ କରିପାରିବେ।
ଉତ୍କଟାସନ ଏବଂ ଚେୟାର ମୁଦ୍ରା କେମିତି କରିବେ ଜାଣନ୍ତୁ
- ଏହି ଯୋଗ ଆସନକୁ କରିବା ପାଇଁ ଚଟଣାରେ ଏକ ଆସନ ପକାଇ ପାଦକୁ ସାମାନ୍ୟ ଅଲଗା ରଖନ୍ତୁ।
- ହାତକୁ ତଳ ଆଡକୁ ରଖି ହାତକୁ ଆଗକୁ ଆଣନ୍ତୁ।
- ନିଜ ଆଣ୍ଠୁକୁ ମୋଡନ୍ତୁ ଏବଂ ଏପରି ବସନ୍ତୁ ଯେମିତି ଆପଣ କୌଣସି ଚେୟାର ଉପରେ ବସୁଛନ୍ତି।
- ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ହାତ ଭୂମି ସହିତ ସମାନ୍ତରରେ ରହିଥିବ।
- ଏହି ମୁଦ୍ରାକୁ ୩୦ ସେକେଣ୍ଡ ରୁ ୧ ମିନିଟ ପଯ୍ୟର୍ନ୍ତ ଏହି ଅଭ୍ୟାସକୁ କରି ନିଶ୍ୱାସ ନିଅନ୍ତୁ।
ଉତ୍କଟାସନ ବା ଚେୟାର ମୁଦ୍ରାର ଲାଭ
- ଏହି ଆସନ ଆପଣଙ୍କ ପେଟର ଚର୍ବିକୁ କମ୍ କରିବାରେ ସାହାଯ୍ୟ କରିବ।
- ଏହି ମୁଦ୍ରା ଦ୍ୱାରା ଆପଣଙ୍କ ବାହୁ, କାନ୍ଧ ଏବଂ ଛାତି ସବୁ କିଛି କ୍ରୀୟାଶୀଳ କରିଥାଏ।
- ଏହା ଆପଣଙ୍କ ଜଙ୍ଘ, ପାଦ ଏବଂ ଆଣ୍ଠୁକୁ ଟୋନ କରିଥାଏ।
- ଏହାସହିତ ଏହି ମୁଦ୍ରା ମେରୁଦଣ୍ଡ, ହିପ୍ ଏବଂ ନିତମ୍ବକୁ କ୍ରୀୟାଶୀଳ କରାଇଥାଏ।
- ଏହା ଶରୀରକୁ ସନ୍ତୁଳିତ କରିଥାଏ।
ଏହାକୁ ଧ୍ୟାନ ଦିଅନ୍ତୁ
ଆପଣଙ୍କୁ ଯଦି ଆଣ୍ଠୁଗଣ୍ଠି ସମସ୍ୟା, ପୁରୁଣା ଆଣ୍ଠୁ ଯନ୍ତ୍ରଣା, ମୁଣ୍ଡବ୍ୟଥା କିମ୍ବା ଅନିଦ୍ରାଗତ ସମସ୍ୟା ଥାଏ ତେବେ ଏହାକୁ କରିବା ଅନୁଚିତ। ସେହିପରି ପିରିୟଡସ ସମୟରେ ଯଦି ପେଟ କିମ୍ବା ପିଠିର ତଳ ଭାଗ ଯନ୍ତ୍ରଣା ହେଉଥାଏ ତେବେ ଏହି ଯୋଗ ମୁଦ୍ରା କରିବା ଉଚିତ।
ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ଯୋଗ ଶାରୀରିକ ଏବଂ ମାନସିକ ଲାଭ ପ୍ରଦାନ କରିଥାଏ। ଏଥିସହିତ ଓଜନ କମ୍ କରିବା, ପେଟର ଚର୍ବୀ କମାଇବା, ପତଳା ପାଦ କିମ୍ବା ମେଦବହୁଳତା କମ୍ କରିବା ଏବଂ ସବୁ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏକଦମ୍ ବେଷ୍ଟ।




