ଦେଶ- ବିଦେଶ

ବିନା ପଇସା ଖର୍ଚ୍ଚ କରି ମୁହଁର ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଜାଇଫଳ-ଜିରାର ଉପାୟ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ। ତ୍ୱଚାରେ ପିଗମେଣ୍ଟସନ, ଭାଙ୍ଗ ଇତ୍ୟାଦି ସାଧାରଣ କଥା ହୋଇଥାଏ। ଏପରି ସ୍କିନର ମେଲାନିନ ସ୍ତର ବଢିବା ଯୋଗୁଁ ହୋଇଥାଏ। ଯାହା ଯୋଗୁଁ ଚେହେରାରେ ଡାର୍କ ବ୍ରାଉନ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ।

 

ମହିଳାଙ୍କ ସମୟ ୩୦ ବର୍ଷ ପାର ହେବା ପରେ ଏପରିସମସ୍ୟା ଦେଖାଦେଇଥାଏ। ପିଗ୍‌ମେଣ୍ଟସନ ଦୁଇ ପ୍ରକାର ହୋଇଥାଏ। ପ୍ରଥମ ହାଇପରପିଗମେଣ୍ଟସନ ଏବଂ ଦ୍ୱିତୀୟ ହାଇପ୍ରୋପିଗମେଣ୍ଟସନ। ଯଦି ଆପଣ ଏପରି ସମସ୍ୟାରେ ଚିନ୍ତିତ ରହିଥାନ୍ତି ତେବେ ଏହାର ସରଳ ଉପାୟ ରହିଛି। ଯାହାକୁ ବ୍ୟବହାର କରି ଆପଣ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କେଉଁ ପ୍ରକାର ଘରୋଇ ଉପାୟ ବ୍ୟବହାର କରି ଆପଣ ମୁକ୍ତି ପାଇପାରିବେ..

ପିଗମେଣ୍ଟସନ ହେବାର କାରଣ :

– ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ

– କେମିକାଲଯୁକ୍ତ ଉତ୍ପାଦ ବ୍ୟବହାର କରିବା

– ଷ୍ଟ୍ରେସ କିମ୍ବା ଚିନ୍ତା କରିବା

– ହରମୋନାଲ ଅସନ୍ତୁଳନ କାରଣ

– ଅଧିକ ସମୟ ପର୍ଯ୍ୟନ୍ତ ଗର୍ଭନିରୋଧକ ଔଷଧ ଖାଇବା

jaifala

ସାମଗ୍ରୀ :

ଜାଇଫଳ-୨
ଜିରା- ୧ଚାମଚ
ବାଦାମ-୫ଟି
କପୁର- ୨ଟା
କମଳା ଚୋପା ପାଉଡର- ୧ ଚାମଚ

pack

ପ୍ୟାକ୍‌ ପ୍ରସ୍ତୁତ କରିବା ବିଧି :

ପ୍ରଥମେ ଗ୍ରାଇଣ୍ଡରରେ ଜିରା, ଜାଇଫଳ ଏବଂ ବାଦାମ ପକାଇ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏହାପରେ କପୁରକୁ ଗୁଣ୍ଡ କରି ପକାଇଦିଅନ୍ତୁ। ତା’ ପରେ ୧ ଚାମଚ କମଳା ପାଉଡର ଗୁଣ୍ଡ ପାକଇ ଭଲ ଭାବେ ମିଶାଇଦିଅନ୍ତୁ। ଏଥିରୁ ଏକ ଚାମଚ ବାହାର କରିବା ପରେ ସେଥିରେ ଦହି କିମ୍ବା ଲହୁଣୀ ମିଶାଇ ଦିଅନ୍ତୁ। ଏହି ପ୍ୟାକକୁ ୩୦ ମିନିଟ୍‌ ଲଗାଇ ରଖନ୍ତୁ। ଏହାକୁ ପ୍ରତିଦିନ ଲଗାନ୍ତୁ। ଏହି ପ୍ୟାକକୁ ଲଗାଇବାର ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ମୁହଁରେ ସାବୁନ କିମ୍ବା ଫେସଓ୍ଵାସ ଲଗାନ୍ତୁ ନାହିଁ। ଭଲ ରେଜଲ୍ଟ ପାଇବା ପାଇଁ ଏହି ପ୍ୟାକକୁ ୧୦ ଦିନ ପର୍ଯ୍ୟନ୍ତ ଲଗାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button