ସ୍ୱାସ୍ଥ୍ୟ

ଆବଶ୍ୟକତା ଠାରୁ ଅଧିକ ଫେସିଆଲ ଛଡ଼ାଇନିଏ ତ୍ୱଚାର ଚମକ, ଜାଣନ୍ତୁ ଏହାର ସାଇଡ ଇଫେକ୍ଟ

ତ୍ୱଚାର ସୌନ୍ଦର୍ଯ୍ୟ ଓ ଗ୍ଲୋ ବଢ଼ାଇବା ପାଇଁ ଅଧିକାଂଶ ମହିଳା ଫେସିଆଲ କରିଥାନ୍ତି। ଏହା ତ୍ୱଚାକୁ ମୁଲାୟମ କରିବା ସହ ଚମକ ଆଣେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆବଶ୍ୟକତା ଠାରୁ ଅଧିକ ଫେସିଆଲ କଲେ ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ତ୍ୱଚା ସମ୍ଭନ୍ଧୀୟ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଉପୁଜେ। ଆସନ୍ତୁ ଜାଣିବା ଅଧିକ ଫେସିଆଲ କରିବାର କୁପ୍ରଭାବ…

କୁଣ୍ଡାଇ ହେବା:

ଫେସିଆଲ ପାଇଁ ବିଭିନ୍ନ ପ୍ରକାରର କେମିକାଲଯୁକ୍ତ କ୍ରିମ ବ୍ୟବହାର କରାଯାଏ। ଏହି କ୍ରିମ ସମସ୍ତଙ୍କ ସ୍କିନକୁ ସୁଟ କରିନଥାଏ। ଏହାଦ୍ୱାରା କୁଣ୍ଡାଇ ହୋଇ ଛୋଟ ଛୋଟ ଫଳିଯାଏ। ଫଳରେ ମୁହଁ ଅସୁନ୍ଦର ହୋଇଯାଏ।

Facial Steps | Facial Treatment at Cocoon Salon - YouTube

ନାଲି ଦାଗ:

ଫେସିଆଲ କରିବା ବେଳେ ମୁହଁକୁ ସ୍କ୍ରବ ଓ ମସାଜ କରାଯାଏ। ଭୁଲ ମସାଜ କଲେ ତ୍ୱଚା ଲାଲ ପଡିବା ସହ ଦାଗ ରହିଯାଏ। ଏହାଦ୍ୱାରା ଇନଫେକ୍ସନର ଆଶଙ୍କା ବି ବଢ଼େ।

ବ୍ଲାକ ହେଡ୍ସ:

ଫେସିଆଲ ପରେ ମୁହଁର ଲୋମଛିଦ୍ର ଖୋଲିଯାଏ। ଫଳରେ ସେଥିରେ ବାହାର ଧୂଳି ଜମା ହୋଇ ବ୍ଲାକ ହେଡ୍ସ ରୂପଧାରଣ କରେ।

Corona Face Masks And Acne: Here's What You Can Do

ଆଲର୍ଜି:

ଫେସିଆଲ ବେଳେ ବ୍ୟବହାର କରାଯାଉଥିବା କେମିକାଲଯୁକ୍ତ କ୍ରିମ ଯୋଗୁ ତ୍ୱଚାରେ ଆଲର୍ଜି ହୋଇଥାଏ। ଆପଣ ଯଦି ଆବଶ୍ୟକତାଠାରୁ ଅଧିକ ଫେସିଆଲ କରୁଥାନ୍ତି ତେବେ ତ୍ୱଚାରୁ ଜରୁରୀ ତୈଳ ଅଂଶ ବି ଚାଲିଯାଏ ଓ ଚର୍ମ ଶୁଷ୍କ ହୋଇଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button