ମନୋରଞ୍ଜନ

କେତେ ଗୋଟିଏ ପ୍ରକାର ଟେଷ୍ଟ କରୁଥିବେ ପ୍ରସ୍ତୁତ କରନ୍ତୁ କିଛି ନୂଆ, ଆଜି ବନାନ୍ତୁ ଗାଜର ଲଡୁ

ଏବେ କରୋନା ଲକଡାଉନ ପାଇଁ ସମସ୍ତେ ଘରେ ବନ୍ଦୀ। ଏହି ସମୟରେ ଆପଣ କିଛି ନୂଆ ନୂଆ ରେସିପି ସିଖିବା ଟ୍ରାଏ କରନ୍ତୁ। ଗାଜର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। କାହିଁକିନା ଏଥିରେ ଭିଟାମିନ ଏ, ସୁଗାର, ଫାଇବର ଏବଂ ପ୍ରୋଟୀନ ଭରପୂର ମାତ୍ରାରେ ରହିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଗାଜରର ଏକ ନୂଆ ଟେଷ୍ଟି ରେସିପି ଜଣାଇବୁ ତାହା ହେଉଛି ଗାଜର ଲଡୁ। ଆସନ୍ତୁ ଜାଣିବା ଗାଜର ଲଡୁ ବନାଇବା କେମିତି।

ଆବଶ୍ୟକ ସାମଗ୍ରୀ

ଅଧା କପ୍‌ ଗାଜର କୋରା, ୧/୪ କପ୍‌ ନଡିଆ କୋରା, ୫ଟି ପିସ୍ତା, ଲୁଣ ସ୍ୱାଦନୁସାରେ, ୧/୪ କପ୍‌ ଖୁଆ, ୪ ଚାମଚ ଘିଅ।

ପ୍ରସ୍ତୁତି ପ୍ରଣାଳୀ

-ଗାଜରର ସ୍ୱାଦିଷ୍ଟ ଲଡୁ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ।

-ଯେତେବେଳେ ଘିଅ ଗରମ ହୋଇଯିବ ସେଥିରେ କୋରି ରଖିଥିବା ଗାଜର ପକାନ୍ତୁ। ଏହାକୁ ୩ ରୁ୫ ମିନିଟ ଭାଜନ୍ତୁ। ଯେତେ ପଯ୍ୟର୍ନ୍ତ ଏହା ହାଲୁକା କମଳା ରଙ୍ଗ ନ ହୋଇଛି।

-ଏବେ ଏଥିରେ କୋରା ନଡିଆ ତେଲ ମିକ୍ସ କରନ୍ତୁ। ଏବେ ଏଥିରେ କଣ୍ଡେସଡ୍‌ ମିଲକ୍‌ ପକାଇ ୩ ମିନିଟ ଲଗାତର ଚଲାନ୍ତୁ।

-ଏବେ ଏହି ମିଶ୍ରଣରେ ଖୁଆ ପକାଇ ଭଲ ଭାବରେ ମିକ୍ସ କରନ୍ତୁ।

-ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହି ମିଶ୍ରଣକୁ ହାଲୁକା ଥଣ୍ଡା କରିବା ପାଇଁ ରଖନ୍ତୁ। ଏହାପରେ ଅଳ୍ପ ଅଳ୍ପ ନେଇ ଲଡୁ ଆକାର ଦିଅନ୍ତୁ।

-ଏହାପରେ କାଟି ରଖିଥିବା ପିସ୍ତାରେ ସଜାଇ ଦିଅନ୍ତୁ। ଏବେ ଆପଣଙ୍କର ଗାଜର ଲଡ୍‌ୁ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button