ଦେଶ- ବିଦେଶ

ଲୋକସଭା ନିର୍ବାଚନର ପ୍ରଥମ ଚତୁର୍ଥ ପର୍ଯ୍ୟାୟରେ ୬୭ ପ୍ରତିଶତ ମତଦାନ – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ଚତୁର୍ଥ ପର୍ଯ୍ୟାୟରେ ମୋଟ୍ ୬୭ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିସନ୍ ଗୁରୁବାର ଏହି ସୂଚନା ଦେଇଛନ୍ତି। ପଞ୍ଜିକୃତ ହୋଇଥିବା ୯୭ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୫.୧ କୋଟି ଭୋଟର ଏଯାବତ ଭୋଟ୍ ଦେଇଛନ୍ତି। ଭୋଟିଂ ତଥ୍ୟରୁ ଏହା ଜଣାପଡ଼ିଛି ଯେ ପ୍ରଥମ ୩ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ଭୋଟ୍ ପ୍ରତିଶତ ୨୦୧୯ ତୁଳନାରେ କମ୍ ଅଛି। ନିର୍ବାଚନ କମିସନ୍ ଚତୁର୍ଥ ପର୍ଯ୍ୟାୟର ଚୁଡ଼ାନ୍ତ ଭୋଟ୍ ପ୍ରତିଶତ ଆଜି ଜାରି କରିପାରନ୍ତି। ଇସିର ଭୋଟର ଟର୍ନଆଉଟ୍ ଆପ୍ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ୬୯.୨ ପ୍ରତିଶତ ଦର୍ଶାଉଛି। କିନ୍ତୁ ଶ୍ରୀନଗରକୁ ଛାଡ଼ିଦେଲେ ଚତୁର୍ଥ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିବା ଅନ୍ୟ ସମସ୍ତ ଆସନ ଗୁଡ଼ିକରେ ୨୦୧୯ରେ ଭୋଟ୍ ପ୍ରତିଶତ ୬୯.୬ ଥିଲା। ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାଟୟରେ ଯେଉଁ ସବୁ ରାଜ୍ୟରେ ଭୋଟ୍ ଅଛି ସେଠାରେ ଭୋଟର ଇନଫର୍ମେସନ୍ ସ୍ଲିପ୍ ବାଣ୍ଟିବା ପାଇଁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର , ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସନ୍ଧୁ ଆଜି ସମସ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button