ରାଜ୍ୟ

ଶିଶୁଙ୍କ ପାଇଁ ଖୁବ୍‌ ଜରୁରୀ ହୋଇଥାଏ ମାଲିସ, ଜାଣନ୍ତୁ କେବେ ଓ କେମିତି କଲେ ମିଳେ ଅଧିକ ଫାଇଦା

ଆୟୁର୍ବେଦ ଅନୁସାରେ ନବଜାତକ ପାଇଁ ମାଲିସ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଶାରୀରିକ ତଥା ମାନସିକ ବିକାଶ ପାଇଁ ପିଲାଙ୍କ ମାଲିସ କରିବା ଉଚିତ। ମାଲିସ କରିବା ଦ୍ୱାରା ମାସଂପେଶୀ ମଜବୁତ ହେବା ସହ ଶରୀରରେ ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୋଇଥାଏ ଓ ଅନ୍ୟାନ୍ୟ ଋତୁକାଳୀନ ରୋଗରୁ ମୁକ୍ତି ମିଳିଥାଏ। ମସାଜ୍‌ କଲେ ପିଲାଙ୍କ ଥକାପଣ ଦୂର ହୁଏ, ଫଳରେ ସେମାନେ ଭଲରେ ଶୋଇପାରନ୍ତି। ଏହା ଦ୍ୱାରା ମା’ ସହ ଛୁଆର ସମ୍ପର୍କ ମଧ୍ୟ ଦୃଢ଼ ହୋଇଥାଏ।

massage

ନବଜାତକର ମାଲିସ ପାଇଁ ତେଲ ଓ ଘିଅ ବ୍ୟବହାର କରିବା ଭଲ। ପିଲାଙ୍କ ମୁଣ୍ଡରେ ମାଲିସ କରିବା ପାଇଁ ଘିଅ ଓ ଶରୀରରେ ମାଲିସ ପାଇଁ ତେଲ ବ୍ୟବହାର କରିବା ଉତ୍ତମ ହୋଇଥାଏ। ଏଥିସହ ପିଲାଙ୍କ ମାଲିସ ପାଇଁ ବିଭିନ୍ନ ଆୟୁର୍ବେଦିକ ତେଲ ମଧ୍ୟ ବଜାରରେ ଉପଲବ୍ଧ ହେଉଛି। ଗୋଟିଏ ଦିନର ଛୁଆଠୁ ଆରମ୍ଭ କରି ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଶରୀରର ମାଲିସ ଜରୁରୀ। ଆପଣ ଚାହିଁଲେ ଆଗକୁ ମଧ୍ୟ ମାଲିସ ଜାରି ରଖିପାରିବେ।

massage3

ଆସନ୍ତୁ ଜାଣିବା ମାଲିସ କରିବା ବେଳେ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ:

  • ଖାଲିପେଟରେ ଥିବା ବେଳେ ହିଁ ସବୁବେଳେ ପିଲାଙ୍କୁ ମାଲିସ କରନ୍ତୁ। ପେଟ ଭର୍ତ୍ତି ଥିବା ବେଳେ ମାଲିସ କଲେ ଆମଦୋଷ ଦେଖାଦେଇପାରେ।
  • ମାଲିସ ବେଳେ ଓ ଏକ ଘଣ୍ଟା ପର ଯାଏଁ ପିଲାକୁ ଥଣ୍ଡା ପବନକୁ ଛାଡ଼ନ୍ତୁ ନାହିଁ।
  • ମାଲିସରେ ସୁଗନ୍ଧିତ ତୈଳ ବ୍ୟବହାର କରନ୍ତୁ ନାହିଁ। ଖାଦ୍ୟଭାବେ ବ୍ୟବହାର କରାଯାଉଥିବା ତେଲ ଯଥା: ନଡ଼ିଆ, ଅଲିଭ ଅଏଲ, ରାଶି ତେଲ ଆଦିରେ ମାଲିସ କରନ୍ତୁ।

massage4

 

  • ଆପଣ ଚାହିଁଲେ ସୋରିଷ ତେଲରେ ମଧ୍ୟ ଶିଶୁର ମାଲିସ କରିପାରିବେ। ମାତ୍ର ଏହା ଦ୍ୱାରା ପୋଡ଼ା ହୁଏ, ଏହାକୁ ଛାଡ଼ି ଅନ୍ୟ ତେଲ ବ୍ୟବହାର କରନ୍ତୁ।
  • ଶିଶୁ ମୁଣ୍ଡରେ ସର୍ବଦା ଦେଶୀ ଘିଅ ମାଲିସ କରନ୍ତୁ।
  • ଶିଶୁଠାରେ ଜ୍ୱର, ବାନ୍ତି, ଝାଡ଼ା କିମ୍ବା କିଛି ଶାରୀରିକ ସମସ୍ୟା ଦେଖାଦେଉଥିଲେ ମାଲିସ କରନ୍ତୁ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button