ଦେଶ- ବିଦେଶ

ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର, ଗୋରା ହୋଇଯିବ ଆପଣଙ୍କ ଶିଶୁର ରଙ୍ଗ

ଜନ୍ମ ପରେ ଶିଶୁର ରଙ୍ଗ ତା’ର ଜିନ୍‌ ଉପରେ ନିର୍ଭର କରିଥାଏ। ଏମିତି କୌଣସି ବି ଉପାୟ ନାହିଁ, ଯଦ୍ଦ୍ଵାରା ଆପଣ ଏହାର ପ୍ରାକୃତିକ ରଙ୍ଗକୁ ବଦଳାଇ ପାରିବେ। ତେବେ କିଛି ମାତ୍ରାରେ କେବଳ ତ୍ୱଚାରେ ଉଜ୍ଜ୍ୱଳପଣ ଆଣିପାରିବେ। ଏଥିପାଇଁ ଆପଣଙ୍କୁ ବଜାରରୁ କୌଣସି କ୍ରିମ୍‌ କିମ୍ବା ଲୋଶନ କିଣିବାର ଆବଶ୍ୟକ ନାହିଁ, ଘରେ ଥିବା କିଛି ପ୍ରାକୃତିକ ଜିନିଷକୁ ବ୍ୟବହାର କରି ବି ଆପଣ ନିଜ ପିଲାର ରଙ୍ଗକୁ ସାମାନ୍ୟ ଗୋରା କରିପାରିବେ। ଆସନ୍ତୁ ଜାଣିବା, ୫ଟି ଘରୋଇ ଉପଚାର।

t22

୧. ବେସନ ପେଷ୍ଟ

ଶିଶୁର ରଙ୍ଗକୁ ଗୋରା କରିବା ପାଇଁ ଆପଣ ବେସନ ପେଷ୍ଟ ଲଗାଇ ପାରିବେ। ଏଥିରେ ହଳଦୀ, କଞ୍ଚା କ୍ଷୀର, ତାଜା ମଲାଇ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ବେବି ସ୍କିନ୍‌ରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ତା’ପରେ ନରମ କପଡ଼ା କିମ୍ବା କଟନ୍‌ରେ ସଫା କରିଦିଅନ୍ତୁ।

୨. ବଡି ପ୍ୟାକ୍‌

ଆପଣ ଚନ୍ଦନ ପାଉଡର, କଞ୍ଚା କ୍ଷୀର, ହଳଦୀ ଏବଂ କେସରକୁ ମିଶାଇ ବଡି ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଶିଶୁ ଦେହରେ ମାଲିସ୍‌ କରନ୍ତୁ।

f3

୩. ସାବୁନ ଉପଯୋଗ କରନ୍ତୁ ନାହିଁ

କଞ୍ଚା କ୍ଷୀର ଏବଂ ଗୋଲାପ ଜଳ ସହିତ ପ୍ୟାକ୍‌ ପ୍ରସ୍ତୁତ କରି ଏଥିରେ ଶିଶୁକୁ ଗାଧୋଇ ଦିଅନ୍ତୁ। ବଜାରରେ ମିଳୁଥିବା ସାବୁନ ବ୍ୟବହାର କରିବେ ନାହିଁ। ମାଇଲ୍ଡ ସୋପ୍‌ ଶିଶୁ ପାଇଁ ଲାଭଦାୟକ।

୪. ମଇଶ୍ଚରାଇଜର ଲଗାନ୍ତୁ

ଅଳ୍ପ ମଇଶ୍ଚରାଇଜର ସହିତ ହାଲୁକା ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦିଶିଥାଏ।

୫. ତେଲ ମସାଜ୍‌

ଶିଶୁ ଶରୀରରେ ନଡ଼ିଆ ତେଲ କିମ୍ବା ଅଲିଭ୍‌ ଅଏଲ୍‌ ମସାଜ୍‌ କରନ୍ତୁ। ତେଲକୁ ହାଲୁକା ଗରମ କରନ୍ତୁ, ପୁଣି ଏହାକୁ ମାଲିସ୍‌ କରନ୍ତୁ। ହାତର ପ୍ରେସରକୁ ଧିମା ରଖନ୍ତୁ। ଏମିତି କଲେ ଶିଶୁର ରଙ୍ଗ ସଫା ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button