ଦେଶ- ବିଦେଶ

କେବଳ ପାଣିରେ ବି ପାଇପାରିବେ ଚମକଦାର୍‌ ତ୍ୱଚା, ଥରେ ଟ୍ରାଏ କରନ୍ତୁ ନିଶ୍ଚୟ

ତ୍ୱଚାରେ ଦେଖାଯାଉଥିବା ଦାଗ ପାଇଁ ଅଧିକାଂଶ ଝିଅମାନେ ଚିନ୍ତାରେ ପଡିବା ସହ ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି। କେବେ କେବେ ମହଙ୍ଗାରୁ ଅତି ମହଙ୍ଗା ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହିସବୁ ଉପାୟ ପରେ ମଧ୍ୟ ତ୍ୱଚାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ। ଯଦି ଆପଣ ତ୍ୱଚାରେ ସୌନ୍ଦର୍ଯ୍ୟ ଦେଖିବାକୁ ଚାହୁଁଛନ୍ତି ତେବେ ପାଣି ବ୍ୟବହାର କରନ୍ତୁ। ଏଥିପାଇଁ କେବଳ ପାଣିରେ ଏହିସବୁ ଜିନିଷ ମିଶାଇ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଶରୀର ଡିଟକ୍ସ ହେବା ସହ ଶରୀର ଭିତରୁ ଅପରିସ୍କାର ଜିନିଷ ବାହାରିଯାଇଥାଏ।

ଚିୟା ସିଡ୍‌

chia seedsଏହା ତୁଳସୀ ପ୍ରଜାତିର ମଞ୍ଜି, ଏହି ମଞ୍ଜିରେ ଅଲ୍ଫା ଲିପୋଇକ ଏସିଡ ପ୍ରଚୁର ମାତ୍ରାରେ ରହିଥାଏ। ଏହା ତ୍ୱଚାର ଲୋଚାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଚିୟା ସିଡ୍‌ରେ ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ରହିଥାଏ, ଯାହା ମୃତ ତ୍ୱଚାକୁ ସତେଜ୍‌ କରିବାରେ ସାହାଯ୍ୟ କରିଥାଏ।

ପୋଦିନା ପାଣି

peppermintପୋଦିନା ପାଣି ପିଇବା ଦ୍ୱାରା ପେଟ ସଫା ରହିବା ସହ ତ୍ୱଚାରେ ଚମକ ଆସିଥାଏ। ଏହି ପାଣି ସେବନ କରିବା ଦ୍ୱାରା ତ୍ୱଚାରେ ଗୋରାପଣ ଆସିଥାଏ।

ଡାଲଚିନି

waterପିଇବା ପାଣି ପୁଟାଇବା ସମୟରେ ସେଥିରେ ଅଳ୍ପ ଡାଲଚିନି ପାଉଡର ଏବଂ କିଛି ଖଣ୍ଡ ସେଓ ପକାନ୍ତୁ। ଏହାପରେ ପାଣିକୁ ଛାଣି ପିଅନ୍ତୁ। ଏହି ପାଣି ପିଇବା ଦ୍ୱାରା ।ରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ହେବା ସହ ତ୍ୱଚାରେ ସୌନ୍ଦର୍ଯ୍ୟ ଆସିଥାଏ।

ଲେମ୍ବୁ ଏବଂ ଆପଲ୍‌ ସାଇଡର ଭିନେଗାର

apple-ciderପିଇବା ପାଣିରେ ଲେମ୍ବୁ ମିଶାଇ ପିଇବାର ମଧ୍ୟ ଅନେକ ଫାଇଦା ରହିଛି। ଏହାଦ୍ୱାରା କେବଳ ଆପଣଙ୍କ ପାଚନ ପ୍ରକ୍ରିୟା ସଠିକ୍‌ ହୋଇନଥାଏ ବରଂ ଶରୀରର ଅପରିସ୍କାର ଜିନିଷ ଝାଳ ଆକାରରେ ବାହାରିଯାଇଥାଏ। ଲେମ୍ବୁ ବଦଳରେ ଆପଣ ଏକ ଗ୍ଲାସ ପାଣିରେ ଏକ ଚାମଚ ଆପଲ୍‌ ସାଇଡର ଭିନେଗାର ମିଶାଇ ପିଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button