ଦେଶ- ବିଦେଶ

ଗର୍ଭାବସ୍ଥାରେ ସିଡି ଚଢ଼ିବା କ’ଣ ସୁରକ୍ଷିତ? ଜାଣନ୍ତୁ କିପରି ଏବଂ କେଉଁ ସମୟରେ ଚଢ଼ିପାରିବେ ସିଡି

ଗର୍ଭାବସ୍ଥା ସବୁ ମହିଳାଙ୍କ ଜୀବନର ଏକ ଖାସ୍‌ ସମୟ ହୋଇଥାଏ। ତେଣୁ ଗର୍ଭଧାରଣର ୯ ମାସ ପଯ୍ୟର୍ନ୍ତ ମହିଳାମାନେ ନିଜ ଖାଦ୍ୟପେୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ତ୍ୱଚା ଆଦି ସବୁ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ସମୟରେ କୌଣସି ଭାରୀ କାମ କରିବା ଉଚିତ ନାହିଁ। ପ୍ରେଗ୍‌ନାନ୍ସି ବେଳେ ଘରର ଗୁରୁଜନମାନେ ସିଡି ଚଢ଼ିବାକୁ ମନା କରିଥାଆନ୍ତି। ତେବେ ବାସ୍ତବରେ ଗର୍ଭବତୀଙ୍କ ପାଇଁ ସିଡି ଚଢ଼ିବା ସୁରକ୍ଷିତ କି ନୁହେଁ, ଆଜି ଆମେ ସେ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ।

s3

ଫାଇଦା

୧. ସିଡି ଚଢ଼ିବା ଏକ ଫିଜିକାଲ୍‌ ଆକ୍ଟିଭିଟି, ଏହାଦ୍ୱାରା ଶରୀର ଆକ୍ଟିଭ ରହିଥାଏ। ଗର୍ଭାବସ୍ଥାରେ ସିଡି ଚଢ଼ିଲେ ମହିଳାମାନଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇ ନ ଥାଏ।

୨. ଗର୍ଭାବସ୍ଥାର ପ୍ରଥମ ୩ ମାସ ସିଡି ଚଢ଼ିଲେ ଜେଷ୍ଟେଶନାଲ ଡାଇବେଟିଜ୍‌ ସମ୍ଭାବନା କମ୍‌ ହୋଇଯାଇଥାଏ। ଏହା ପ୍ରେଗ୍‌ନାନ୍ସିକୁ ହେଲ୍‌ଦି ରଖିଥାଏ।

sd

ସିଡି ଚଢ଼ିବା ବେଳେ କ’ଣ ସାବଧାନତା ଅବଲମ୍ବନ କରିବେ

୧. ଗର୍ଭାବସ୍ଥାରେ ସିଡି ଚଢ଼ିବା କିମ୍ବା ଓହ୍ଲାଇବା ବେଳେ ଗୋଟିଏ ହାତରେ ରେଲିଂକୁ ଧରନ୍ତୁ ଏବଂ ଅନ୍ୟଟି ଖାଲି ରଖନ୍ତୁ।

୨. କଦାପି ଅନ୍ଧାରରେ ସିଡି ଚଢ଼ନ୍ତୁ ନାହିଁ।

୩. ଯଦି ସିଡିରେ କାର୍ପେଟ ବିଛା ହୋଇଥିବ, ତେବେ ଧ୍ୟାନ ରଖିବେ, ଯେପରି କାର୍ପେଟ କେଉଁଠି ମୋଡ଼ି ହୋଇ ନ ଥିବ।

୪. ଧୀରେ ଧୀରେ ସିଡି ଚଢ଼ନ୍ତୁ। ଆଦୌ ତରତର ହୁଅନ୍ତୁ ନାହିଁ।

୫. ସିଡି ଚଢ଼ିବା ବେଳେ ଯଦି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ, ତେବେ ସେଇଠି ଅଟକି ଆରାମ କରନ୍ତୁ।

୬. ଘରର ସିଡି କେବେ ବି ଓଦା ରଖନ୍ତୁ ନାହିଁ।

୭. ଢିଲା କପଡ଼ା ପିନ୍ଧି ସିଡି ଚଢ଼ନ୍ତୁ ନାହିଁ।

p22

ନିମ୍ନ ଲକ୍ଷଣ ସାମ୍ନାକୁ ଆସିଥିଲେ ସିଡି ଚଢ଼ନ୍ତୁ ନାହିଁ

୧. ବ୍ଲିଡିଂ

୨. ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ

୩. କୌଣସି ରୋଗ କିମ୍ବା ବ୍ଲଡ୍‌ ସୁଗାରରେ ଉତ୍‌ଥାନ-ପତ୍ତନ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button