ଦେଶ- ବିଦେଶ

ପାଇଲଟ ଭୁଲ୍ ରନୱେରେ ବିମାନକୁ ଅବତରଣ କଲେ: ଅଟକ ରଖି ପଚରାଉଚରା ଆରମ୍ଭ

ଇସଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ପାଇଲଟ ଭୁଲ୍ ରନୱେରେ ବିମାନ ଅବତରଣ କରିଥିଲେ, ଯାହା ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରିଥାନ୍ତା। ଲାହୋର ବିମାନବନ୍ଦରରେ ଏହି ଘଟଣା ଘଟିଛି। ଏନେଇ ପିଆଇଏ ତଦନ୍ତ ଆରମ୍ଭ କରିଛି। ଶନିବାର ଦିନ, ପିଆଇଏ ବିମାନ ପିକେ-୧୫୦ ସାଉଦି ଆରବର ଦମାମରୁ ପାକିସ୍ତାନର ମୁଲତାନକୁ ଆସୁଥିଲା ​।

ମୁଲତାନର ଖରାପ ପାଗ ଯୋଗୁ ବିମାନଟି ନିକଟସ୍ଥ ବିମାନ ବନ୍ଦର ଲାହୋର ସହରକୁ ପଠାଯାଇଥିଲା। ଲାହୋରରେ ପାଇଲଟ୍ ବିମାନଟି ଅବତରଣ କରିବାକୁ ଅନୁମତି ପାଇ ନଥିବା ରନୱେରେ ଅବତରଣ କରିଥିଲେ।
ପାକ୍ ୱେବସାଇଟ୍ ଟ୍ରିବ୍ୟୁନ୍ ଅନୁଯାୟୀ ପାଇଲଟ୍ ବିମାନଟିକୁ ରନୱେ ୩୬ଏଲ୍‌ରେ ଅବତରଣ କରାଇଥିଲେ, ଯେଉଁଥିରେ ଲାଇଟ୍ ମଧ୍ୟ ନଥିଲା କାରଣ ବିମାନଟି ଅନ୍ୟ ରନୱେରେ ଅବତରଣ କରିବାର ଥିଲା। ଏହି ଘଟଣାକୁ ସୁରକ୍ଷା ତ୍ରୁଟି ବୋଲି ବିଚାର କରି ତଦନ୍ତ ଆରମ୍ଭ ହୋଇଛି। ଉଭୟ କ୍ୟାପଟେନ୍ ଏବଂ ଫାଷ୍ଟ୍ ଅଫିସରଙ୍କୁ ଗ୍ରାଉଣ୍ଡ୍ କରାଯାଇଛି। ତଦନ୍ତ ଶେଷ ହେବା ପରେ ସମ୍ପୃକ୍ତ ପାଇଲଟ ଏବଂ ଫାଷ୍ଟ୍ ଅଫିସରଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିଆଇଓ ମୁଖପାତ୍ର କହିଛନ୍ତି।

ଲାହୋର ବିମାନବନ୍ଦରରେ ଏହି ଘଟଣା ଆକାଶ ମାର୍ଗ ସୁରକ୍ଷା ପାଇଁ ଚିନ୍ତାର ବିଷୟ ପାଲଟିଛି। ଭୁଲ୍ ରନୱେରେ ଅବତରଣ କରିବା ଏକ ବଡ଼ ଦୁର୍ଘଟଣାର କାରଣ ହୋଇଥାଇ ପାରିଥାନ୍ତା। ଖରାପ ପାଣିପାଗରେ ବିମାନ ଉଡ଼ାଇବା ଏକ ଆହ୍ବାନପୂର୍ଣ୍ଣ କିନ୍ତୁ ପାଇଲଟ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ପିଆଇଏ କହିଛି। ବିମାନବନ୍ଦର କର୍ମଚାରୀମାନେ କହିଛନ୍ତି ଯେ, ରନୱେ ୩୬-ଏଲ୍‌ର ବ୍ୟବହାର କମ୍ ହୋଇଥାଏ। ବିମାନଟି ଅବତରଣ ସମୟରେ ରନୱେର ଲାଇଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ପାଇଲଟ୍ କିପରି ଏପରି ଭୁଲ୍ କଲେ ତାହା ଆହୁରି ଚିନ୍ତାଜନକ ବୋଲି ପିଆଇଏ କହିଛି।

ଅଧିକ ପଢ଼ନ୍ତୁ: ନକ୍ସଲ ଜାରି କଲେ ପ୍ରେସ ବିଜ୍ଞପ୍ତି , ଏନକାଉଣ୍ଟରରେ ୧୨ ନୁହେଁ ୧୮ ନକ୍ସଲଙ୍କର ମୃତ୍ୟୁ

ପିଆଇ କହିଛି, ଅନୁସନ୍ଧାନ ପରେ ହିଁ ଏହି ଭୁଲ୍ କିପରି ଘଟିଲା ତାହା ଜଣା ପଡିବ। ପାଇଲଟ ହାଲିଆ ହୋଇଯାଇଥିବା, ଅବହେଳା କିମ୍ବା ବୈଷୟିକ ତ୍ରୁଟି ଆଦି ଦିଗକୁ ନେଇ ଅନୁସନ୍ଧାନ କରାଯାଉଛି। କୌଣସି ଦୁର୍ଘଟଣା ଘଟି ନ ଥିବାରୁ ଏହା ଏକ ଆଶ୍ବସ୍ତିର ବିଷୟ। ବିମାନ ଯାତ୍ରୀଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏୟାରଲାଇନ୍ସ କହିଛି। ସୁରକ୍ଷା ମାନଦଣ୍ଡକୁ କଡ଼ିକଡ଼ି ପାଳନ କରିବାକୁ ଏୟାରଲାଇନ୍ସକୁ କୁହାଯାଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button