ଦେଶ- ବିଦେଶ

ପିଲାଙ୍କ ଠାରେ କାହିଁକି ଦେଖାଦେଉଛି ମେଦବହୁଳତା, ଜାଣନ୍ତୁ ଏହାର ପ୍ରମୁଖ କାରଣ…

ଭାରତୀୟ ପିଲାଙ୍କଠାରେ ମୋଟାପଣ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଓ ତେଲେଙ୍ଗାନାର ଛୁଆମାନେ ଅଧିକ ପରିମାଣରେ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚର ତଥ୍ୟ ଅନୁସାରେ ଦିଲ୍ଲୀର ପ୍ରତି ଚାରିଜଣକରେ ଜଣେ ଶିଶୁ ମୋଟାପଣର ଶିକାର ହେଉଛନ୍ତି। ଉତ୍ତମ ଦିନଚର୍ଯ୍ୟା ଅଭାବରୁ ପିଲାଙ୍କଠାରେ ଖୁବ୍‌ କମ୍‌ ବୟସରୁ ମେଦବହୁଳତା ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ପିଲାମାନେ ମେଦବହୁଳତାର ଶିକାର ହେବା କାରଣ ସମ୍ପର୍କରେ:

୧.ବ୍ୟାୟାମର ଅଭାବ:

ଆଜିକାଲି ପାଠପଢ଼ା ଓ ଅନ୍ୟ ଆକ୍ଟିଭିଟି ଯୋଗୁ ପିଲାମାନେ ଠିକ୍‌ ସମୟରେ ଠିକ୍‌ଭାବେ ଖାଦ୍ୟ ଗ୍ରହଣ କରିପାରୁନାହାନ୍ତି। ମାନସିକ ଅବସାଦ କାରଣରୁ ସେମାନେ ଆବଶ୍ୟକତାଠାରୁ ଅଧିକ ଖାଇଦେଉଛନ୍ତି। ଏଥିସହ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ ଅଭାବରୁ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇପାରୁନାହିଁ। ଫଳରେ ପିଲାମାନେ ମେଦବହୁଳତାର ଶିକାର ହେଉଛନ୍ତି।

୨.ଅଧିକ ଫାଷ୍ଟଫୁଡ୍‌ ସେବନ:

ବର୍ତ୍ତମାନର ଆଧୁନିକ ପିଲାମାନେ ପାରମ୍ପରିକ ଖାଦ୍ୟ ଅପେକ୍ଷା ଫାଷ୍ଟଫୁଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ପିଲାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବାପା ମା’ ମଧ୍ୟ ଘରେ ଫାଷ୍ଟଫୁଡ୍‌ ପ୍ରସ୍ତୁତ କରୁଛନ୍ତି। ଜଙ୍କଫୁଡ଼୍‍ରେ ୯୦ ପ୍ରତିଶତ ଫ୍ୟାଟ୍‌ ଅଂଶ ରହିଥାଏ। ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ପିଲାଙ୍କଠାରେ ମେଦବହୁଳତା ଦେଖାଦିଏ।

୩.ଖେଳକୁଦ ନ କରିବା:

ଆଜିକାଲିର ପିଲାମାନେ ପଢ଼ାରୁ ଟିକେ ସମୟ ପାଇଲେ ଟିଭି ସାମ୍ନାରେ ବସିପଡ଼ୁଛନ୍ତି। ବାହାରେ ଖେଳକୁଦ ନ କରି କାର୍ଟୁନ୍‌ କିମ୍ବା କମେଡି ଶୋ ଦେଖି ସେମାନେ ନିଜ ମନୋରଞ୍ଜନ କରୁଛନ୍ତି। ଫଳରେ ଶରୀରରେ କ୍ୟାଲୋରୀ ବାଲାନ୍ସ ହୋଇପାରୁନାହିଁ। ଏହା ଦ୍ୱାରା ସେମାନେ ଜଲଦି ମୋଟାପଣର ଶିକାର ହେଉଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button