ଜ୍ୟୋତିଷ

ତୁଳସୀଙ୍କୁ ଜଳଦାନ କରିବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ମିଳିବ ସୁଖ-ସମୃଦ୍ଧିର ବରଦାନ

ହିନ୍ଦୁ ଧର୍ମରେ ତୁଳସୀଙ୍କୁ ପୂଜା କରାଯାଏ। ତୁଳସୀ ମାତାଙ୍କୁ ପବିତ୍ର ବୋଲି ଧରାଯାଏ। ପ୍ରତ୍ୟକ ଦିନ ସକାଳୁ ସ୍ନାନ କରି ତୁଳସୀ ଗଛକୁ ପୂଜା ଏବଂ ପରିକ୍ରମା କରିବା ଆବଶ୍ୟକ। ଏହାପରେ ତୁଳସୀଙ୍କର ମନ୍ତ୍ରକୁ ପଢ଼ିବା ଉଚିତ। ଏହି ମନ୍ତ୍ରକୁ ପଢ଼ିବା ବେଳେ ଘରର ପୂର୍ବ ଦିଶା ଆଡକୁ ମୁହଁ କରିକି ବସିବା ଉଚିତ। ଏହାପରେ ଗାଈର ଶୁଦ୍ଧ ଘୀଅରେ ଦୀପ ଜଳାଇ ତୁଳସୀ ମାଳକୁ ଅତିକମରେ ୧୦୮ ଥର ମନ୍ତ୍ରକୁ ଜପ କରିବା ଉଚିତ କାରଣ ଏହା ଦ୍ବାରା ବହୁତ ଲାଭ ହୋଇଥାଏ।

ସେହଭଳି ୧୧ ମାଳର ଜପ ଏକା ସାଥିରେ ବସି ମଧ୍ୟ କରିପାରିବେ। ତୁଳସୀ ପୂଜା କରିବା ସମୟରେ ତୁଳସୀ ନାମାଷ୍ଟକ ମନ୍ତ୍ର ନିଶ୍ଚିତ ପଢ଼ିବା ଉଚିତ୍।

ତୁଳସୀ ନାମାଷ୍ଟକ ମନ୍ତ୍ର :

tulsiବ୍ରୁନ୍ଦା ବ୍ରୁନ୍ଦାବତୀ ବିଶ୍ବପୂଜିତା ବିଶ୍ବପାବନୀ।

ପୁଷ୍ପସାରା ନନ୍ଦନୀୟ ତୁଳସୀ କ୍ରୁଷ୍ଣ ଜୀବନୀ।।

ଏତଭାମାଂଷ୍ଟକ ଚୈବ ସ୍ତ୍ରୋତଂ ନାମର୍ଥଂ ସଂଯୁତମ।

ୟଃ ପଠେତ ତାଂ ଚ ସମ୍ପଜ୍ୟ ସୌସ୍ତ୍ରମେଘ ଫଳଂଳମେତା।।

ତୁଳସୀଙ୍କୁ ପ୍ରତ୍ୟେକଦିନ ପୂଜା କରିବା ଦ୍ବାରା ଘରେ ଧନ-ବୈଭବ, ସୁଖ-ସମ୍ରୁଦ୍ଧି ଏବଂ ନିରୋଗ ରହିବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ତଥା ତୁଳସୀ ନାମାଷ୍ଟକ ମନ୍ତ୍ର ପାଠ କରିବା ଦ୍ବାରା ଜୀବନରେ ପୂର୍ଣ୍ଣ କର୍ମର ଉଦୟ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button