ରାଜ୍ୟ

ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ, ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

ବାଲେଶ୍ବର : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ ଦାସ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ । ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ରେଡ୍ । ବାଲେଶ୍ବର ଅଙ୍ଗାରଗାଡ଼ିଆରେ ରହିଛି ତିନି ମହଲା ଘର ।

ବାଲେଶ୍ବର ସେରଗଡ଼ରେ ମାର୍କେଟ କମ୍ପ୍ଲେକ୍ସ ଓ ଖନ୍ତପଡାରେ ଥିବା ପୈତୃକ ଘରେ ଚାଲିଛି ଚଢ଼ାଉ । ଖନ୍ତପଡା ଓ ନୀଳଗିରିରେ ଥିବା ଦୁଇ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଉଛି । ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା କାର୍ଯ୍ୟାଳୟରେ ମଧ୍ୟ ପଞ୍ଚା ମାରିଛି ଭିଜିଲାନ୍ସ । ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନିସ୍ପେକ୍ଟର, ୫ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button