ଜ୍ୟୋତିଷ

ରାତିରେ ଶୋଇବା ପୂର୍ବରୁ ନିଜ ରୋଷେଇ ଘରେ ରଖନ୍ତୁ ଏହି ସବୁ ଜିନିଷ, କିଛି ଦିନ ଭିତରେ ଚମକି ଉଠିବ ଆପଣଙ୍କ ଭାଗ୍ୟ

ଅନେକ ସମୟରେ ଅଜାଣତରେ ଆମେ ଏମିତି କିଛି କାମ କରିବସୁ ଯାହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଆମେ ଏମିତି କିଛି ଛୋଟ ମୋଟ ଭୁଲ ବି କରିଥାଉ ଯାହାର ପ୍ରଭାବରେ ଆମ ବ୍ୟକ୍ତିଗତ ଜୀବନରେ କୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ସାହାଯ୍ୟରେ ଆପଣ ନିଜ ଜୀବନ ତଥା ସମୟରେ ଦ୍ରୁତ ପରିବର୍ତ୍ତନ ଆଣି ପାରିବେ । ତେବେ ଆସନ୍ତୁ ଜାଣିବା ସେବିଷୟରେ:

kitchen

-ସୂର୍ଯ୍ୟାସ୍ଥ ପରେ କେବେ ବି କାହାକୁ ଧଳା ଜିନିଷ ଯେମିତିକି କ୍ଷୀର,ଦହି, ଲୁଣ, ଧଳା କପଡା ଆଦି ଦାନ କରିବେ ନାହିଁ । ବାସ୍ତୁ ଅନୁଯାୟୀ ଏହା ଖୁବ ଅଶୁଭ । ଏମିତି ଅଭ୍ୟାସ ରଖିଲେ ମନୁଷ୍ୟକୁ କୌଣସି କାମରେ ସିଦ୍ଧି ପ୍ରାପ୍ତ ହୋଇନଥାଏ ।

– ରାତିରେ ରୋଷେଇ ଘର ସଫା କରିବା ପରେ ଗୋଟେ ବାଲ୍ଟି ପାଣି ଭରି କରି ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ଖାଲି ବାଲ୍ଟି ଦେଖିବା ଖୁବ ଅଶୁଭ ହୋଇଥାଏ ।

– ଶୋଇବା ପୂର୍ବରୁ ମହିଳା ମାନେ କଦାପି ନିଜ କେଶ ଧୋଇବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଖରାପ ଶକ୍ତି ଗୁଡିକର ପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ ।

kitchen

– ନିଜ ଘର ପରିବାର ଉପରେ ଶୁଭ ଶକ୍ତିର ପ୍ରଭାବ ପକାଇବା ପାଇଁ ସପ୍ତାହକୁ ଥରେ ଏକ ଖବର କାଗଜରେ କିଛି ସୈନ୍ଧର୍ବ ଲବଣ ରଖି ଘରର ଏକ କୋଣରେ ରଖି ଦିଅନ୍ତୁ । ପରଦିନ ସକାଳେ ଉଠି ସେହି ଲୁଣକୁ ପାଣିରେ ଭସେଇ ଦିଅନ୍ତୁ ।

– ଘରେ ସୁଖ ଶାନ୍ତିର ବାତାବରଣ ବନେଇ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାରା ସର୍ବଦା ସଫାସୁତରା ରଖିବା ଉଚିତ । ସପ୍ତାହକୁ ଥରେ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚିତ ରୂପେ ଗଙ୍ଗା ଜଳ ଛିଞ୍ଚନ୍ତୁ ।

-ଘରର ଦକ୍ଷିଣ କୋଣ ସବୁବେଳେ ଖାଲି ରଖିବା ଉଚିତ । ଏମିତି କରିବା ଦ୍ୱାରା ଘର ଭିତରେ ପିଲାଙ୍କ ପାଠପଢା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ । ପିଲା ବି ପାଠ ପ୍ରତି ବିଶେଷ ଆଗ୍ରହ ଦେଖେଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button