ଜ୍ୟୋତିଷ

ରାତିରେ ନଖ କାଟିବା ଶୁଭ ନା ଅଶୁଭ! ଜାଣନ୍ତୁ ଅନ୍ଧବିଶ୍ୱାସ ରହିଛି ନା ଭ୍ରାନ୍ତଧାରଣା

ଘରର ଗୁରୁଜନମାନେ ଅନେକ ସମୟରେ ଆମମାନଙ୍କୁ ବହୁତ ଛୋଟ ବଡ ଜାଣିବା କଥା ଶିଖାଇଥାନ୍ତି। ଯେତିମିକି ଚପଲ ଓଲଟା ରଖିବା, ଗୁରୁବାର ଦିନ ନଖ ନ କାଟିବା, ରାତିରେ ଝାଡୁ ନ କରିବା ଇତ୍ୟାଦି। ଏହାମଧ୍ୟରେ ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି। କିନ୍ତୁ ଏହା ପଛରେ କେଉଁ କାରଣ ରହିଛି, ତାହା ଆମକୁ କୁହନ୍ତି ନାହିଁ। ରାତିରେ ନଖ କାଟିବା ଯୋଗୁଁ ଜୀବନରେ ଅଶୁଭତା ଆସିଥାଏ ବୋଲି ଆମେ ଶୁଣିଛେ। ବର୍ତ୍ତମାନ ଯୁଗ ଅନୁଯାୟୀ ଅନେକ ପରିବର୍ତ୍ତନ ଆସିଛି। ଠିକ୍‌ ସେହିପରି ଆଗକାଳର ଲୋକ ଏବଂ ଏବେକାର ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଅନେକ ଅନ୍ତର ରହିଛି। ବର୍ତ୍ତମାନର ଯୁବପିଢି ତର୍କ ନ କରି କୌଣସି ବିଚାରକୁ ଆପଣାଇବା ଅସମ୍ଭବ।

cutting nail

ପ୍ରଥମ କାରଣ : ନଖ ଆମ ଆଙ୍ଗୁଠିକୁ ସୁରକ୍ଷିତ ରଖିଥାଏ। ଆମ ଆଙ୍ଗୁଠିକୁ ଅନ୍ୟ ଆଘାତରୁ ବଞ୍ଚାଇବା ପାଇଁ ନଖ ରହିଥାଏ। ପୁରାତନ ଯୁଗରେ ପ୍ରାୟ ସମସ୍ତଙ୍କ ଘରେ ବିଜୁଳି ଆଲୋକ ନଥିଲା। ଏଥିପାଇଁ ସୂର୍ଯ୍ୟ ଆଲୋକରେ ଲୋକମାନେ ସବୁ କାର୍ଯ୍ୟ କରୁଥିଲେ। ସେଥିପାଇଁ ଲୋକମାନେ ଆଗକାଳରେ ଦିନ ସମୟରେ ହିଁ ନଖ କାଟୁଥିଲେ।

ଦ୍ୱିତୀୟ କାରଣ : ଏହାଛଡା ପ୍ରାଚୀନ କାଳରେ ଲୋକଙ୍କ ପାଖରେ ନେଲ୍‌କଟର ଉପଲବ୍ଧ ନଥିଲା। ସେତେବେଳେ ଲୋକ ନଖକୁ ଛୁରିରେ କାଟୁଥିଲେ। ସେଥିପାଇଁ ନଖକୁ କୌଣସି ଆଘାତ ନ ପହଞ୍ଚିବା ପାଇଁ ଦିନରେ ସୂର୍ଯ୍ୟ ଆଲୋକରେ ସେମାନେ ନଖର କାଟିବାକୁ ବାଧ୍ୟ ହେଉଥିଲେ।

nail 1

ତୃତୀୟ କାରଣ : ନଖ କାଟିବା ସମୟରେ ନଖ ଛିଟିକ୍‌ ପଡି କୌଣସି ଖଦ୍ୟ ପଦାର୍ଥ ହେଉ ଅବା ଆଖିରେ ହେଉ ପଡିଯିବାର ଭୟ ଥାଏ। ଏଥିପାଇଁ ରାତିରେ ନଖ କାଟିବାକୁ ବାରଣ କରାଯାଇଥାଏ। କହିବାକୁ ଗଲେ, ପ୍ରାଚୀନ କାଳରେ ରାତିରେ ଆଲୋକ ନଥିବା ଯୋଗୁଁ ଗୁରୁଜନମାନେ ନଖ କାଟିବାକୁ ମନା କରୁଥିବେ। ଯାହାକୁ ଏବେ ଲୋକ ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତଧାରଣାରେ ପରିବର୍ତ୍ତନ କରିସାରିଲେଣି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button