ରାଜ୍ୟ

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣରେ ଦୁବ ଘାସକୁ ବହୁତ ଚମତ୍କାରୀକ ବୋଲି ଧରାଯାଏ। ଧଳା ଗାଈ କ୍ଷୀରରେ ଦୁବ ଘାସକୁ ମିଶାଇ ତିଳକ କରିବା ଦ୍ୱାରା ଧନର ଯୋଗ ରହିଥାଏ ତଥା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ। କୁହାଯାଏ ଯେ ଦୁବ ଘାସ ସମୁଦ୍ର ମନ୍ଥନରୁ ମିଳିଥିଲା। ଏହାସହିତ ଦୁବ ଘାସକୁ ଲକ୍ଷ୍ମୀଙ୍କର ସାପ ଭଉଣୀ ବୋଲି କୁହାଯାଏ। ଦୁବ ଗଣେଶଙ୍କର ପ୍ରିୟ ଅଟେ।

dhubaବାଲ୍ମିକୀ ରାମାୟଣରେ ଶ୍ରୀ ରାମଙ୍କର ରଙ୍ଗ ଦୁବ ଭଳି ଅଟେ। ପଞ୍ଚଦେବ ଉପସନାରେ ଦୁବର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏହା ପ୍ରଭୁ ଗଣେଶ ଏବଂ ଦୁର୍ଗାଙ୍କର ଅତିପ୍ରିୟ ଅଟେ। ପୁରାଣରେ କଥା ଅଛି ଯେ ପ୍ରୁଥିବୀରେ ଅନଳାସୁର ରାକ୍ଷସ ଉତ୍ପାତରୁ ଋଷି ମୁନିମାନେ ଇନ୍ଦ୍ରଙ୍କୁ ନିଜ ସୁରକ୍ଷା ପାଇଁ ପ୍ରାର୍ଥନା କଲେ। ଇନ୍ଦ୍ର ମଧ୍ୟ ପରାସ୍ତ କରିବାରେ ଅସଫଳ ହେଲେ। ଏହାପରେ ଦେବତାଗଣ ଶିବଙ୍କ ପାଖକୁ ଗଲେ। ଦେବଙ୍କର ଦେବ ମହାଦେବ ମଧ୍ୟ ତାର ବିନାସ କରିପାରିଲେନାହିଁ।

dubbaଏହାପରେ ଶିବ କହିଲେ ପ୍ରଭୁ ଗଣେଷ ସେହି ରାକ୍ଷସର ବିନାସ କରିପାରିବେ। ସବୁଦେବତାଙ୍କ ସ୍ତୁତିରେ ଗଣେଶ ପ୍ରସନ୍ନ ହୋଇ ଅନଳାସୁର ରାକ୍ଷସକୁ ଗିଳିଦେଲେ। ଯେତେବେଳେ ପେଟରେ ଜଳନ ହେଲା ସେତେବେଳେ ଋଷି କସ୍ୟପ ତାଙ୍କୁ ୨୧ ଦୁବକୁ ଗଣ୍ଠି ପକାଇ ଖାଇବାକୁ ଦେଲେ। ଏହାକୁ ଖାଇବା ପରେ ତାଙ୍କ ପେଟ ଯନ୍ତ୍ରଣା ଭଲ ହେଇଗଲା। ଦୁବ ପବିତ୍ରତାର ପ୍ରତୀକ ଅଟେ। ଏହାକୁ ଦେଖିବା ଦ୍ୱାରା ମନରେ ତେଜିୟାନ ଏବଂ ପ୍ରଫୁଲ୍ଲତା ଅନୁଭବ ହୋଇଥାଏ। ଶାକ୍ତପୂଜାରେ ମଧ୍ୟ ଭଗବତୀଙ୍କୁ ଦୁବ ଅର୍ପିତ କରାଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button