ରାଜ୍ୟ

ଶୀତରେ ଟମାଟୋ ହିଁ କେବଳ ଆପଣଙ୍କ କେଶକୁ କରିବ ସାଇନିଂ, ରୂପି ସମସ୍ୟାକୁ କରିବ ଛୁମନ୍ତର୍‌

ଶୀତ ଋତୁରେ ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଲୋକ ଟମାଟୋ ସୁପ୍‌ ପିିଇବାକୁ ପସନ୍ଦ କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଉତ୍ତମ କେଶ ପାଇଁ ମଧ୍ୟ ଟମାଟୋ ବହୁତ ଲାଭଦାୟକ ହୋଇଥାଏ। ଆଜ୍ଞା ହଁ, ଥଣ୍ଡା ପାଗରେ ନିଜର ଶୁଷ୍କ କେଶ ପାଇଁ ରୂପି ସମସ୍ୟା ହୋଇଥାଏ, ଯାହାକୁ କେବଳ ଟମାଟୋ ହିଁ ମୁକ୍ତି ଦେଇପାରିବ। ତେବେ ଆସନ୍ତୁ ଜାଣିବା କିପରି ଭାବରେ ଟମାଟୋ ଆପଣଙ୍କ କେଶରେ ସୁନ୍ଦରତା ଆଣିବ।

ବ୍ୟବହାର କରିବାର ଉପାୟ

tomatoଯଦି ଆପଣଙ୍କ କେଶରେ ରୂପି ସମସ୍ୟା ରହୁଛି ତେବେ ଟମାଟୋ ରସରେ ମହୁ ମିଶାଇ ହେୟାର ମାସ୍କ ବନାନ୍ତୁ ଏବଂ କେଶରେ ଲଗାନ୍ତୁ। ଅଧା ଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ। ମୁଣ୍ଡରେ ହେଉଥିବା ସାମାନ୍ୟ ଜ୍ୱଳନ ପାଇଁ ଚିନ୍ତା କରିବା ଦରକାର ନାହିଁ। ଏମିତି ଟମାଟୋରେ ଥିବା ଅମ୍ଳିୟ ପଦାର୍ଥ ପାଇଁ ହୋଇଥାଏ।

ଟମାଟୋ ଦ୍ୱାରା ହେଉଥିବା ଫାଇଦା

-ଟମାଟୋ ଜୁସ୍‌ କେଶରେ ଲଗାଇବା ଦ୍ୱାରା କେଶ ସାଇନିଂ କରିବା ସହିତ ମୁଲାୟମ ହୋଇଥାଏ।

tomato-ଟମାଟୋ ରସ କେଶରେ ହେଉଥିବା ଦୁର୍ଗନ୍ଧ ଠାରୁ ମଧ୍ୟ ମୁକ୍ତି ଦେବାରେ ସାହାଯ୍ୟ କରିବ। ରୂପି ଏବଂ ଏକଜିମା ଦୂର କରିବାରେ ଏହା ସହାୟକ ହୋଇଥାଏ।

-ଏହାର ବ୍ୟବହାର ଦ୍ୱାରା ଶୁଷ୍କ ଏବଂ ରୂକ୍ଷ କେଶ ବହୁତ ଭଲ ହୋଇଯାଇଥାଏ। ଯଦି ଆପଣଙ୍କ କେଶର ତ୍ୱଚା କୁଣ୍ଡେଇ ହେଉଥାଏ ଏବଂ ଡ୍ରାଏନେସ୍‌ ହେଉଥାଏ ତେବେ ଟମାଟୋ ଜୁସରେ ଗୋଲାପ ତେଲ ମିଶାଇ ଥଣ୍ଡା ପାଣିରେ କେଶକୁ ଧୁଅନ୍ତୁ। କିଛି ଦିନ ମଧ୍ୟରେ ଆପଣ ଫରକ ଜାଣିପାରିବେ।

-ଟମାଟୋରେ ଥିବା ଭିଟାମିନ୍‌ ଏ, ସି ଏବଂ ଇ କେଶରେ ମଜମୁତି ଆଣିଥାଏ। ଏହାର ବ୍ୟବହାର ଦ୍ୱାରା ଦୁଇମୁହାଁ କେଶ ନହେବା ସହିତ ଗ୍ରୋଥ୍‌ ମଧ୍ୟ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button