ରାଜ୍ୟ

ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା

ପାରାଦ୍ଵୀପ,୧୪/୦୯: ବ୍ଲକ ସଭାଗୃହରେ ନିର୍ବାଚିତ ପ୍ରତିନିଧି ଓ ବିଡିଓଙ୍କ ମଧ୍ୟରେ ଠେଲାପେଲା ହୋଇ ମୁଥ ମରା ମରି ହୋଇଥିବା ନେଇ ଥାନାରେ ଅଭିଯୋଗ । ଏହି ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଟି ଏତଲା ଦିଆଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସଭାଗୃହରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କୁଜଙ୍ଗ ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ସରପଞ୍ଚ, ଅନ୍ୟ ସଭ୍ୟଙ୍କ ସହିତ ବିଜେଡି ଜିଲ୍ଲାପରିଷଦ ସଭ୍ୟମାନେ ବସି ବିଭିନ୍ନ ପଞ୍ଚାୟତର ସମସ୍ୟା ସମ୍ପର୍କରେ ବିଡିଓଙ୍କ ସହିତ ଆଲୋଚନା କରୁଥିଲେ ।

ତେବେ ଏହି ଆଲୋଚନା ଧୀରେଧୀରେ ଯୁକ୍ତି ତର୍କରେ ପରିଣତ ହୋଇଥିଲା । ଫଳରେ ବିଡ଼ିଓ ଦିପକ ସ୍ବାଇଁ ଏଥିରେ ଉତକ୍ଷିପ୍ତ ହୋଇ କିଛି ଅସାମାଜିକ ଯୁବକଙ୍କୁ ଡାକି ସେମାନଙ୍କ ଉପରେ ଆକ୍ରମଣ କରାଇଥିଲେ । ଏନେଇ କୁଜଙ୍ଗ ଥାନାରେ ଅଧ୍ୟକ୍ଷାଙ୍କ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସଭାରେ ଥିବା ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ସେହିପରି ବିଡ଼ିଓଙ୍କ ଅଭିଯୋଗ ମୁତାବକ, ବ୍ଲକ ଅଧ୍ୟକ୍ଷା ଫୋନ କରି ବିଡିଓଙ୍କୁ ବ୍ଲକ ସଭାଗୃହକୁ ଡାକିଥିଲେ। ସେଠାରେ ଅଧ୍ୟକ୍ଷାଙ୍କ ସ୍ବାମୀ, ତାଙ୍କ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଜୋର ଜବରଦସ୍ତ ସଭାଗୃହରେ ତାଲା ପକାଇ ଧମକ ଦେବା ସହିତ ବ୍ଲକର ସମସ୍ତ କାର୍ଯ୍ୟ ଆମକୁ ଦେବାକୁ ଧମକ ଦେଇଥିଲେ । ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇ ମୋତେ ମାଡ ମାରିଥିବା କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ବିଡିଓ ଦିପକ ସ୍ବାଇଁ।

ଅନ୍ୟପଟେ ଆଉ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଥାନାରେ ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସମର୍ଥକମାନଙ୍କ ନାମରେ ଏତଲା ଦେଇଛନ୍ତି । ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସ୍ବାମୀଙ୍କ ନେତୃତ୍ବରେ ବିଡିଓଙ୍କୁ ଜବରଦସ୍ତି ସଭାଗୃହରେ ପୁରାଇ ମାଡ ମରାଯିବା ସହିତ ଫଲ୍ସ ବିଲ କରାଇବାକୁ ଧମକ ଓ ମାଡ ମାରିଥିବା ନେଇ ଆଉ କିଛି ସରପଞ୍ଚ ଓ ସମିତି ସଭ୍ୟ ମାନେ ଏତଲାରେ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button