ରାଜ୍ୟ

ଯେତିକି ଟେଷ୍ଟି ସେତିକି ଲାଭକାରୀ ଗୋଲାପି ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ୍‌

ଅନେକ ଲୋକମାନଙ୍କୁ ଚା’ ଖୁବ୍‌ ପସନ୍ଦ। ଏପରିକି ଅଧିକାଂଶ ଲୋକମାନେ ନିଜ ଦିନର ଆରମ୍ଭ ଚା’ ରୁ ହିଁ କରିଥାନ୍ତି। ଚା’ ପିଇବା ଦ୍ୱାରା ମସ୍ତିଷ୍କ ସତେଜ ରହିଥାଏ, ହୃଦୟ ସୁସ୍ଥ ରହିଥାଏ ଏବଂ ଏନର୍ଜି ମଧ୍ୟ ମିଳିଥାଏ। ଅଧିକାଂଶ ଲୋକମାନେ କ୍ଷୀର ଚା’ ପିଇଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଲକ୍ଷ୍ନୌର ଏକ ସ୍ଥାନରେ ଗୋଲାପି ରଙ୍ଗର ଚା’ ମିଳିଥାଏ। ଗୋଲାପି ରଙ୍ଗର ଚା’ ଶୁଣିବା ମାତ୍ରେ ଅନେକ ଲୋକମାନେ ଏହି ଚା’ କିପରି ପ୍ରସ୍ତୁତ ହେଉଛି ତା ବିଷୟରେ ଚିନ୍ତା କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଗୋଲାପୀ ଚା’ କିପରି ପ୍ରସ୍ତୁତ କରିବେ ତା ବିଷୟରେ ଜଣାଇବୁ।

ଆବଶ୍ୟକୀୟ ସାମଗ୍ରୀ:

tea-୨ ଚାମଚ ଗ୍ରୀନ୍‌ ଟି
-ଅଧା ଚାମଚ ବେକିଂ ସୋଢା
-୩ଟି ଗୁଜୁରାତି
-୧ଟି ଚକ୍ର ଫୁଲ (ଅନାସୀ ଫୁଲ)
-୨ ଚାମଚ ପିସ୍ତା
-୨ ଗ୍ଲାସ ପାଣି
-୨ କପ କ୍ଷୀର
-ସ୍ୱାଦନୁସାରେ ଚିନି

ପ୍ରସ୍ତୁତ କରିବା ବିଧି:

tea-ଏକ ପ୍ୟାନରେ ପାଣି ଗରମ କରନ୍ତୁ । ଏହାପରେ ସେଥିରେ ଚା’ ପତି ଏବଂ ବେକିଂ ସୋଢା ପକାଇ ୧ଘଣ୍ଟା ପର୍ଯ୍ୟନ୍ତ ସିଝିବାକୁ ଛାଡିଦିଅନ୍ତୁ। ଏହାପରେ ସେଥିରେ ଗୁଜୁରାତି ଏବଂ ଅନାସୀ ଫୁଲ ପକାଇ ପୁଣି ଥରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାପରେ ଏହି ମିଶ୍ରଣରେ ୧ କପ ଥଣ୍ଡା ପାଣି ପକାନ୍ତ। ବର୍ତ୍ତମାନ ସେହି ମିଶ୍ରଣକୁ ଅଧିକ ଆଞ୍ଚରେ ରଖି ଗୋଳାନ୍ତୁ। ଏହାପରେ ସେଥିରେ କ୍ଷୀର, ପିସ୍ତା, ଗୋଲାପି ରଙ୍ଗର ଫ୍ରୁଟ କଲର ମିଶାନ୍ତୁ। ଯଦି କଲର ନଆସେ ତେବେ ପୁଣି ଥରେ ଅଳ୍ପ କ୍ଷୀର ମିଶାନ୍ତୁ। ଏହାପରେ କିଛି ସମୟ ଫୁଟିବା ପାଇଁ ଛାଡିଦିଅନ୍ତୁ। ବର୍ତ୍ତମାନ ଏଥିରେ ସ୍ୱାଦନୁସାରେ ଚିନି ମିଶାନ୍ତୁ। ଏହି ଚା’ ସକାଳୁ ପିଇବା ଦ୍ୱାରା ଶକ୍ତି ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button