ଜ୍ୟୋତିଷ

ଜୀବନରେ ଦୁଃଖ ଦେଖାଯାଉଛି କି? ତେବେ ଆପଣାନ୍ତୁ ଚାଣକ୍ୟଙ୍କର ଏହି ୪ଟି କଥା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ପ୍ରତ୍ୟେକ ସମସ୍ୟାର ସମାଧାନ ମିଳିଥାଏ ଏବଂ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଚାଣକ୍ୟଙ୍କ ନୀତି ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ଚାଣକ୍ୟଙ୍କ ନୀତିରେ ଏଭଳି କିଛି ବଚନ ରହିଛି ଯାହ ଜୀବନରେ ଶାନ୍ତି ସ୍ଥାପନା କରିଥାଏ। ତେବେ ଜାଣନ୍ତୁ କଣ ରହିଛି ସେହି ବଚନ।

-ଚାଣକ୍ୟଙ୍କ କହିବାନୁଯାୟୀ ଯଦି କୌଣସି ଜ୍ଞାନୀ ବ୍ୟକ୍ତି ଗରିବ ହୋଇଥାନ୍ତି ଏବଂ କୌରସି ମୁର୍ଖ ବ୍ୟକ୍ତି ଧନୀ ହୋଇଥାନ୍ତି ତେବେ ଆମେ ଜ୍ଞାନୀ ବ୍ୟକ୍ତିଙ୍କୁ ହିଁ ଅନୁସରଣ କରିବା ଉଚିତ।

-ଚାଣକ୍ୟଙ୍କ ନୀତି ଅନୁସାୟୀ ନିଜର ଭାତ ଥାଳିରେ ଅନ୍ନର ଗୋଟିଏ ବି ଦାନା ଛାଡିବା ଅନୁଚିତ। କାରଣ ଯଦି ଆପଣ ଏପରି କରନ୍ତି ତେବେ ଘରେ ସୁଖ-ସମୃଦ୍ଧି ବାସ କରିନଥାଏ।

CHANAKYA--ପତି-ପତ୍ନୀଙ୍କ ସୁମ୍ପର୍କରେ ଯଦି କପଟ ରହିଥାଏ ଏବଂ ପରସ୍ପର ନିଜ ମଧ୍ୟରେ କଥା ଲୁଚାଇଥାନ୍ତି ତେବେ ଏହି ସମ୍ପର୍କ ତିଷ୍ଠି ପାରିନଥାଏ। ଏପରି କରିବା ଦ୍ୱାରା ମଧ୍ୟ ଘରେ ସୁଖ-ଶାନ୍ତି ଆସିନଥାଏ।

-ଯେଉଁ ଘରେ ଟଙ୍କାକୁ ଭୁଲ୍‌ କାମରେ ବ୍ୟବହାର କରାଯାଏ, ସେହି ଘରେ ସର୍ବଦା କଳହ ଲାଗି ରହିଥାଏ। ଯେଉଁ କାରଣରୁ ଘରେ ଖୁସିର ପରିବେଶ ଦେଖାଯାଇନଥାଏ ଏବଂ ଏଭଳି ସ୍ଥାନରେ ମାତା ଲକ୍ଷ୍ମୀ ମଧ୍ୟ ରାଗିଯାଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button