ସ୍ୱାସ୍ଥ୍ୟ

ଏହି ୫ ଉପାୟ ଦ୍ୱାରା ସକାଳୁ ଉଠିବା କ୍ଷଣି ହିଁ ହୋଇଯିବ ପେଟ ସଫା, ଥରେ ଆପଣେଇ ପରିଣାମ ଦେଖନ୍ତୁ

ସବୁବେଳେ ଦେଖାଯାଏ ଯେ ପ୍ରାୟ ଲୋକ ନିଜ ପାଚନ ତନ୍ତ୍ର ଖରାପ ଯୋଗୁଁ ଅପଚ ଅର୍ଥାତ ସକାଳୁ ପେଟ ସଫା ନହେବା ସମସ୍ୟାକୁ ସାମ୍ନା କରନ୍ତି। ଯଦି ଏହି ସମସ୍ୟା ଗୋଟିଏ କିମ୍ବା ଦୁଇ ଦିନ ହେଲା ତ ଠିକ ଅଛି କିନ୍ତୁ ଯେତେବେଳେ ଏହି ସମସ୍ୟା ପ୍ରତିଦିନ ହୁଏ ତେବେ ଏହା ଚିନ୍ତାର କାରଣ ପାଲଟିଯାଏ। ବେଳେବେଳେ ତ ଏଥିପାଇଁ କୁଆଡେ ଯିବାର ଥିଲେ କିମ୍ବା କେଉଁ ସ୍ଥାନକୁ ଯାଇଛନ୍ତି ଯଦି ଏହି ସମୟରେ ହଠାତ୍‌ ଏହି ସମସ୍ୟା ଦେଖାଗଲା ତେବେ ସେତେବେଳେ ବହୁତ ଅସହଜ ଅନୁଭବ ହୋଇଥାଏ। ସେଥିପାଇଁ ସକାଳୁ ପେଟ ସଫା ହୋଇଗଲେ ଆପଣ ଆରାମରେ ପୂରା ଦିନ ରହିପାରିବେ।

constipationଯଦି କୋଷ୍ଠକାଠିନ୍ୟ ସମସ୍ୟା ହେଉଛି ତେବେ ଏହି ସମୟରେ ଆପଣଙ୍କୁ ବହୁତ ସାବଧାନରେ ରହିବା ଆବଶ୍ୟକ ଏବଂ ଏହାର ନିବାରଣ କରିବାର ଉପାୟ ବିଷୟରେ ଭାବିବା ଦରକାର। କାରଣ ପେଟ ସଫା ନହେବା କାରଣରୁ ମୁହଁରୁ ଛାଲି, ବ୍ରଣ, ମୁଣ୍ଡବ୍ୟଥା, ଥକାପଣ ଭଳି ସମସ୍ୟା ହେବାକୁ ଲାଗିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ଜଣାଇବୁ ସାହା ସାହାଯ୍ୟରେ ଆପଣ ସକାଳୁ ଉଠିବା ସମୟରେ ହିଁ ପେଟ ସଫା ହୋଇଯିବ ଏବଂ ସମସ୍ୟାରୁ ମୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

curd1ଦହି

ଏହା ଦିନସାରା ଆପଣଙ୍କ ପେଟକୁ ଥଣ୍ଡା ରଖିଥାଏ ଏବଂ ଗ୍ୟାସ୍‌, କବ୍ଜ ଏବଂ ଅପଜ ଭଳି ସମସ୍ୟା ଠାରୁ ମୁକ୍ତି ଦେଇଥାଏ। ପେଟକୁ ସଫା ରଖିବା ପାଇଁ ଯେଉଁ ଲାଭଦାୟକ ବ୍ୟାକ୍ଟେରିଆ ପାଣିରେ ରହିଥାଏ ସେହି ବ୍ୟାକ୍ଟେରିଆ ଦହିରେ ମଧ୍ୟ ଥାଏ। ଦହି ଖାଇବା ଦ୍ୱାରା ପେଟରେ ଏହି ଦହିରେ ଥିବା ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଯାଇଥାଏ ଏବଂ ଆପଣଙ୍କ ପେଟକୁ ସଫା ରଖିଥାଏ। ଦହି ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ଯେ ଯେପରି ଏହାକୁ ରାତିରେ ନ ଖାଆନ୍ତି କାରଣ ଏହା ବହୁତ ଥଣ୍ଡା। ଆପଣ ଏହାକୁ ଦ୍ୱିପହରରେ ଖାଇପାରିବେ।

ରସୁଣ

garlicଏଥିରେ ଆଣ୍ଟି ଇନଫଲଫେଟ୍ରୀ ଗୁଣ ରହିଥାଏ ଯାହା ପେଟ ଫୁଲିବାକୁ କମ୍‌ କରିଥାଏ। ଖାଦ୍ୟେରେ ରସୁଣକୁ ଖାଇବା ନିହାତି ଆବଶ୍ୟକ କାରଣ ଏଥିରେ ମଳକୁ ଆପଣଙ୍କ ଅନ୍ତରୁ ସହଜରେ ବାହାର କରିବାର କ୍ଷମତା ରହିଥାଏ। ଆପଣ ପ୍ରତିଦିନ ଏହାର ଗୋଟିଏ କିମ୍ବା ଦୁଇ କୋଲା ଖାଇପାରିବେ। ଏହାଦ୍ୱାରା ଆପଣଙ୍କ ଅନ୍ତ ସୁସ୍ଥ ରହିଥାଏ।

ଲେମ୍ବୁ ଏବଂ ମହୁ

mahuଏହା ଆପଣଙ୍କୁ ଗୋଟିଏ ଥର ବ୍ୟବହାରରେ ପୂରା ସଫା କରିଦେବ ଏବଂ ବାରମ୍ବାର ଟଏଲେଟ୍‌ ଯିବାର ଆପଶ୍ୟକ ପଡିନଥାଏ। ଯଦି ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇନଥାଏ ତେବେ ଆପଣ ଏକ ଗ୍ଲାସ୍‌ ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ, ଏହାପରେ ହିଁ ଟଏଲେଟ୍‌ ଯାଆନ୍ତୁ।

ପାଣି

waterସବୁ ବ୍ୟକ୍ତିଙ୍କୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ। ସକାଳୁ ଉଠିବା କ୍ଷଣି ହିଁ ଅତିମରେ ଦୁଇ ଗ୍ଲାସ୍‌ ଉଷୁମ ପାଣି ପିଅନ୍ତୁ ଏବଂ ଏହା ପରେ ହିଁ ଟଏଲେଟ୍‌ ଯାଆନ୍ତୁ। ସାଧାରଣତଃ ଏହି ସମସ୍ୟା ସେହି ଲୋକଙ୍କ ଠାରେ ଅଧିକ ଦେଖାଯାଇଥାଏ ଯେଉଁମାନେ ପାଣି କମ୍‌ ପିଅନ୍ତ କିମ୍ବା ଆଦୌ ପାଣି ପିଅନ୍ତି ନାହିଁ। ସେଥିପାଇଁ ଆପଣଙ୍କୁ ଦିନସାରା ଅଳ୍ପ ଅଳ୍ପ କରି ପାଣି ପିଇବା ଉଚିତ। ଏହାଦ୍ୱାରା ଅନେକ ରୋଗର ଆଶଙ୍କା କମିଯାଇଥାଏ ଏବଂ ଶରୀରରୁ ଦୁର୍ଗନ୍ଧ ଆସିବା ଓ ପେଟ ନ ସଫା ହେବା ଆଦି ସମସ୍ୟାରୁ ଆରୋଗ୍ୟ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button