ଜ୍ୟୋତିଷ

ସୋମବାର ଦିନ ଅବଶ୍ୟ କରନ୍ତୁ ଏହି ୪ଟି ଉପାାୟ, ମିଳିବ ସବୁ ଦୁଃଖ କଷ୍ଟରୁ ମୁକ୍ତି

ଆଜି ସୋମବାର ଅର୍ଥାତ ଭଗବାନ ଶିବଙ୍କୁ ସମର୍ପିତ କରିବାର ଦିନ। ଏହି ଦିନରେ ଶିବଭକ୍ତମାନେ ନିଜ ଆରାଧ୍ୟ ଦେବଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କ ସେବା କରିବା ପାଇଁ ମନ୍ଦିରକୁ ଯାଆନ୍ତି। ଭଗବାନ ଶିବଙ୍କୁ ଭୋଳାନାଥ କୁହାଯାଏ କାରଣ ସେ ବହୁତ ସହଜରେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ଏବଂ ତାଙ୍କର ସମସ୍ତ ମନସ୍କାମପନାକୁ ପୂର୍ଣ୍ଣ କରନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସହଜ ଶାସ୍ତ୍ରୀୟ ଉପାୟ କହିବୁ ଯାହା ସାହାଯ୍ୟରେ ଆପଣ ଶିବଙ୍କୁ ବହୁତ ସହଜରେ ପ୍ରସନ୍ନ କରିପାରିବେ ଏବଂ ସମସ୍ତ ଦୁଃଖ କଷ୍ଟକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

-ସୋମବାର ଦିନ ବିଶେଷ ଭାବରେ କ୍ଷୀର ଏବଂ ଜଳରେ ଭଗବାନଙ୍କୁ ଅଭିଷେକ କରନ୍ତୁ ଏବଂ ବେଲପତ୍ର ଚଢ଼ାନ୍ତୁ। ଚନ୍ଦ୍ର ଗ୍ରହ ପାଇଁ କ୍ଷୀର ଏବଂ ଚାଉଳ ନିଶ୍ଚୟ ଦାନ କରନ୍ତୁ।

shiva-ସୋମବାର ଦିନ ମହାତ୍ୟୁଞ୍ଜୟ ମନ୍ତ୍ର ଅବଶ୍ୟ ଜପ କରନ୍ତୁ। ଏହି ଜପ ଅତିକମରେ ୧୦୮ ଥର କରବା ଉଚିତ। ମନ୍ତ୍ରକୁ ଜପ କରିବା ପାଇଁ ରୁଦ୍ରୟାକ୍ଷର ମାଳା ବ୍ୟବହାର କରନ୍ତୁ।

-ସୋମବାର ଦିନ ଶିବଙ୍କୁ ମନ୍ଦିର ଯାଆନ୍ତୁ ଏବଂ ଗରିବ ଲୋକଙ୍କୁ ଅନ୍ନ ଦାନ କରନ୍ତୁ। ଏହାସହ ଅସହାୟ ଲୋକଙ୍କୁ ଟଙ୍କା ଦାନ କରନ୍ତୁ।

-ସୋମବାର ଦିନ ସଧବା ନାରୀଙ୍କୁ ସୁହାଗ ଜିନିଷ ଦାନ କରନ୍ତୁ। ଏହି ସୁହାଗ ଜିନିଷରେ ଲାଲ ଚୁଡି, ସିନ୍ଦୁର ଏବଂ ଲାଲ ଶାଢ଼ି ଦାନ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button